ବ୍ରାହ୍ମଣଙ୍କ ଇଚ୍ଛା (Brahmin’s Wish)

ଜଣେ ବ୍ରାହ୍ମଣ ଦିଲ୍ଲୀ ସହରରେ ରହୁଥିଲେ। କିନ୍ତୁ ସେ ଶାସ୍ତ୍ର ବିଷୟରେ ବେଶି କିଛି ଜାଣିନଥିଲେ। ତା’ ପରେବି ତାଙ୍କର ଇଚ୍ଛା ଥିଲା ଯେ ଲୋକମାନେ ତାଙ୍କୁ ‘ଶାସ୍ତ୍ରୀ ‘ ନାଁ ରେ ଡାକନ୍ତୁ । ସିଏ ତାଙ୍କ ବାଲ୍ୟାବସ୍ଥା ରେ ଶାସ୍ତ୍ର ଶିଖିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ କିଛି ମନେ ହିଁ ରହୁ ନ ଥିଲା । ଯାହା କିଛିବି ସେ ସକାଳେ ଶିଖୁଥିଲେ ସନ୍ଧ୍ୟା ହଉ ହଉ ହିଁ ଭୁଲିଯାଉଥିଲେ । ତା’ ପରେ ବି ତାଙ୍କ ର ଏଇୟା ଇଚ୍ଛା ଥିଲାଯେ ଲୋକମାନେ ତାଙ୍କୁ ଶାସ୍ତ୍ରୀ ନାମରେ ଡାକନ୍ତୁ ।
ଏହି ନାମରେ କିଏ ତାଙ୍କୁ ଡାକିବ ବୋଲି ସେ ବ୍ୟାକୁଳ ହୋଉଥିଲେ।

ଗୋଟେ ଦିନ ତାଙ୍କ ସାଙ୍ଗ ତାଙ୍କୁ ବିର୍ବଲ୍ ଙ୍କ ପାଖକୁ ଯିବା ପାଇଁ ବୁଝେଇଲା । ବ୍ରାହ୍ମଣ ରାଜି ହେଇଗଲା ଆଉ ବିର୍ବଲ୍ ପାଖକୁ ଚାଲିଗଲେ ।

ସେ ବିର୍ବଲ୍ ଙ୍କୁ ନିଜ ସମସ୍ୟା ବିଷୟରେ କହିବା ବେଳେ କହିଲେ କି :- ଆଜ୍ଞା ଆପଣ ଯାହା ବି ଠିକ୍ ଭାବିବେ କରନ୍ତୁ କିନ୍ତୁ ଲୋକଙ୍କୁ ମୋତେ ଶାସ୍ତ୍ରୀ ନାମରେ ଡାକିବାକୁ ହିଁ ପଡ଼ିବ । ଯଦି ମୋର ଏହି ଇଚ୍ଛା ପୁରା ହୋଇଯିବ ତ ମୁଁ ସାରା ଜୀବନ ଆପଣଙ୍କର ରୁଣି ହେଇକି ରହିବି ।

ବିର୍ବଲ୍ , ବ୍ରାହ୍ମଣ ଙ୍କୁ ପଚାରିଲେ ;- କିନ୍ତୁ ଆପଣ ଯଦି ଶାସ୍ତ୍ର ବିଷୟରେ କିଛି ଜାଣନ୍ତିନି ତାହେଲେ ଆପଣ ଏହା କିପରି ଆଶା କରୁଛନ୍ତି ଯେ ଲୋକମାନେ ଆପଣଙ୍କୁ ଶାସ୍ତ୍ରୀ ବୋଲି ଡାକିବେ ।

ବ୍ରାହ୍ମଣ ଜଣକ ଉତ୍ତର ଦେଲେ :- ଏହା ବହୁତ୍ କଷ୍ଟର କଥା ବାବୁ ! ମୁଁ ଶିଖିବା ପାଇଁ ବହୁତ୍ ଚେଷ୍ଟା କଲି କିନ୍ତୁ ମୋର ମନେପକେଇବା ଶକ୍ତି ବହୁତ୍ ଖରାପ୍ ମୋର କିଛି ମନେ ହିଁ ରହୁନି ।

ପୁଣି ବିର୍ବଲ୍ ପଚାରିଲେ:- ତାହେଲେ ଆପଣଙ୍କୁ କ’ଣ ଲାଗୁଛି ? କି ଆପଣଙ୍କର ଏହି ଇଚ୍ଛା କିପରି ଭାବରେ ପୂରଣ ହବ ? ମୁଁ ତ ଆଉ କୌଣସି ଯାଦୁକର ନୁହେଁ ନା ଯେ ଯାଦୁ କରିକୀ ଆପଣଙ୍କୁ ଶାସ୍ତ୍ରୀ ବନେଇଦେବି ।

ବ୍ରାହ୍ମଣ ଉତ୍ତର ଦେଲେ:- ନାହିଁ ନାହିଁ ବାବୁ ମୁଁ ଶାସ୍ତ୍ରୀ ହବା ପାଇଁ ଚାହୁଁନି । ମୁଁ କେବଳ ଏତିକି ଚାହୁଁଛି ଯେ ଲୋକମାନେ ମୋତେ ଶାସ୍ତ୍ରୀ ନାମରେ ଡାକନ୍ତୁ । ମୋର ଖାଲି ଏତିକି ଇଚ୍ଛା । ମୁଁ କେବଳ ଏତିକି ହିଁ ଚାହୁଁଛି ।

ଏଥିପାଇଁ ଦୟାକରି ମୋତେ ସହାର୍ଯ୍ୟ କରନ୍ତୁ । ବିର୍ବଲ୍ ଏହା ଶୁଣି କି ଚିନ୍ତାରେ ପଡ଼ିଗଲେ । ଅଳ୍ପ ସମୟ ଭାବିବା ପରେ ବିର୍ବଲ୍ କହିଲେ :- ଦେଖ, ମୋ ପାଖରେ ଗୋଟେ ଉପାୟ ଅଛି କିନ୍ତୁ ତୁମକୁ ମୁଁ ଯେମିତି କହିବି ସେମିତି ହିଁ କରିବାକୁ ପଡିବ ।

ବ୍ରାହ୍ମଣ ଜଣକ ଆନନ୍ଦର ସହିତ ଉତ୍ତର ଦେଲା :- ହଁ ହଁ ଆପଣ ଯାହା କହିବେ ମୁଁ କରିବି । ପୁଣି ବିର୍ବଲ୍ ପରଦିନ ସୂର୍ଯ୍ୟାସ୍ତ ସମୟରେ ତାଙ୍କ ଘର ପାଖରେ ବୁଲିବାକୁ କହିଲେ । ପର ଦିନ ଯେମିତିକି ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଠିକ୍ ହେଇଥିଲା ଆଉ ବ୍ରାହ୍ମଣ ଜଣକ ବିର୍ବଲ୍ ଘର ପାଖରେ ବୁଲିବାକୁ ଆରମ୍ଭ କରିଦେଲେ ।

ବ୍ରାହ୍ମଣ ଙ୍କୁ ଦେଖିକି ବିର୍ବଲ୍, ପାଖରେ ଥିବା ପିଲାମାନଙ୍କୁ ଡାକିଲେ ଆଉ ବ୍ରାହ୍ମଣ ଆଡ଼କୁ ଇଶାରା କଲେ । ଏବଂ ପିଲାମାନଙ୍କୁ କହିଲେ ;- ଦେଖ ତୁମେମାନେ କ’ଣ ସେ ଲୋକଟିକୁ ବାମ ପଟ ରାସ୍ତାରେ ଆସୁଥିବାର ଦେଖିପାରୁଛ । ତୁମେମାନେ ତାକୁ ଶାସ୍ତ୍ରୀ ବାବୁ, ଶାସ୍ତ୍ରୀ ବାବୁ କହି ଚିଡ଼େଇବ ଯେତେବେଳ ପର୍ଯ୍ୟନ୍ତ ସିଏ ଚିଡିଯାଇନି ।

ପିଲାମାନଙ୍କ ପାଇଁ । ଏହି କଥାଟା ବହୁତ୍ ମଜା କଥା ଥିଲା । ସଙ୍ଗେ ସଙ୍ଗେ ହିଁ ପିଲାମାନେ ବ୍ରାହ୍ମଣ ଙ୍କୁ ଦେଖିକି ଚିଲେଇବା ଆରମ୍ଭ କରିଦେଲେ :- ଆରେ ଶାସ୍ତ୍ରୀ, ଶାସ୍ତ୍ରୀ ବାବୁ ।

ବ୍ରାହ୍ମଣ ଏହା ଶୁଣି କି ବହୁତ୍ ଆଶ୍ଚର୍ଯ୍ୟ ହୋଇଗଲେ ସେ ରାଗିକି ପଚାରିଲେ :- ଆରେ ! ପିଲାମାନେ ତୁମେ କାହାକୁ ଶାସ୍ତ୍ରୀ ନାମରେ ଡାକୁଛ ? ପିଲାମାନେ ଉତ୍ତର ଦେଲେ :- ଆପଣଙ୍କୁ ହିଁ ଶାସ୍ତ୍ରୀ ବାବୁ । ପିଲାମାନେ ଏହା କହିକି ହସିବାକୁ ଲାଗିଲେ । ଆଉ କିଛି ସମୟ ପରେ ସେଠାରୁ ଦୌଡ଼ିକି ପଳେଇଲେ । ସେ ଦିନ ପରଠାରୁ ଯେତେବେଳେ ବି ବ୍ରାହ୍ମଣ ଜଣକ ସେ ରାସ୍ତା ଦେଇ ଯାଉଥିବ ତ ପିଲାମାନେ ବଡ଼ ପାଟି କରି କହୁଥିଲେ ଯେ ଶାସ୍ତ୍ରୀ ବାବୁ, ଶାସ୍ତ୍ରୀ ବାବୁ !

ବ୍ରାହ୍ମଣ ତ ସେମିତିରେ ମନରେ ମନରେ ବହୁତ୍ ଖୁସି ହେଉଥିଲା । କିନ୍ତୁ ବିର୍ବଲ୍ ର କହିବା ଅନୁସାରେ ସେ ପିଲାମାନଙ୍କୁ ଆଖି ଦେଖେଇକି ଡରେଇବାକୁ ଲାଗୁଥିଲା । ଯୋଉଥିରେ କି ପିଲାମାନେ ଦୌଡିକି ପଳେଇଯାଉଥିଲେ । ଏମିତି କିଛିଦିନ ପର୍ୟ୍ୟନ୍ତ ଚାଲିଲା । ଧିରେ ଧିରେ ଏହି କଥା ସାରା ସହରରେ ଖେଳିଗଲା ଏବଂ ବଡ ଲୋକମାନେ ବି ବ୍ରାହ୍ମଣ ଙ୍କୁ ଶାସ୍ତ୍ରୀ ନାମରେ ଡାକିବା ଆରମ୍ଭ କଲେ ।

ଏମିତି ଭାବରେ ବ୍ରାହ୍ମଣ ର ବହୁତ୍ ଦିନର ଥିବା ଇଚ୍ଛା କୁ ବିର୍ବଲ୍ ପୂରଣ କରିଦେଲେ ।

ଆଶା କରୁଛୁ କି ଆପଣଙ୍କୁ ଏହି କାହାଣୀଟି ପସନ୍ଦ ଆସିଥିବ ।

Leave a Comment