କୃଷକ ଏବଂ ଠେକୁଆ (Farmer And The Rabbits)

ଅନେକ ଦିନ ତଳର କଥା । ଗୋଟିଏ ବଗିଚାରେ ଦୁଇଟି ଠେକୁଆ ରହୁଥିଲେ ସେମାନଙ୍କ ନାମ ଥିଲା କୁନୁ ଆଉ ବୁନୁ। ସେମାନେ ବହୁତ୍ ଭଲ ସାଙ୍ଗ ଥିଲେ । ସେମାନଙ୍କ ଭିତରେ ଗଭୀର ବନ୍ଧୁତା ଥିଲା। ସେମାନେ ଯେଉଁ ବଗିଚାରେ ରହୁଥିଲେ ସେ ବଗିଚା ଟି ଟମାଟୋ ଆଉ ଗାଜର ରେ ଭରପୁର ରହୁଥିଲା।

ସେମାନେ ଦୁଇଜଣ ସେହି ବଗିଚାରୁ ହିଁ ସେମାନଙ୍କର ଭୋଜନ ସଂଗ୍ରହ କରୁଥିଲେ । ଆଉ ଖୁସିରେ ବି ଦୁଇ ବନ୍ଧୁ ରହୁଥିଲେ । କିନ୍ତୁ ସେମାନେ ଦୁହେଁ ଭୋଜନ ସଂଗ୍ରହ କରିବାରେ ପାଳି କରିଦେଇଥିଲେ। ଗୋଟିଏ ଦିନ କୁନୁ ଭୋଜନ ଆଣିବାକୁ ଯାଉଥିଲା ତ ଆଉ ଗୋଟିଏ ଦିନ ବୁନୁ ଯାଉଥିଲା। ଏମିତି ସେ ଦୁଇଜଣ ପ୍ରତିଦିନ କରନ୍ତି।

କୁନୁ ଆଉ ବୁନୁ ଯେଉଁ ବଗିଚାରେ ରୁହନ୍ତି ସେହି ବଗିଚାଟି ଗୋଟେ ଚାଷୀ ଭାଇର ଥିଲା । ସେ ଚାଷୀ ଜଣକ ବହୁତ୍ ଗରିବ ଥିଲା। ସେ ଚାଷୀ ଭାଇଟିର ଗୋଟିଏ ମାତ୍ର ବଗିଚା ଥିଲା ଯେଉଁଥିରେ ସିଏ କେବଳ ଟମାଟୋ ଆଉ ଗାଜର ଚାଷ କରୁଥିଲା । ସେ ପ୍ରତିଦିନ ଗାଜର ଆଉ ଟମାଟୋ ତୋଳିବାକୁ ଆସେ କିନ୍ତୁ ସେ ଘରୁ ଆସିଲାବେଳେ ଆଶା କରି କି ଯାହା ଆସିଥାଏ ତା ମନ ମୁତାବକ ତାକୁ ପରିବା ମିଳେନି କାରଣ ତା ବଗିଚାରେ କୁନୁ ଆଉ ବୁନୁ ରହୁଥିଲେ ଆଉ ସେମାନେ ସେମାନଙ୍କ ପାଇଁ ସେଥିରୁ ହିଁ କିଛି ନେଇଯାଉଥିଲେ ।କିନ୍ତୁ ଏ କଥା ସେ ଚାଷୀ ଭାଇଙ୍କୁ ଜଣା ନଥିଲା।

ଥରେ ଚାଷୀଭାଇ ଜଣଙ୍କୁ ସନ୍ଦେହ ହେଲା ଯେ ନିଶ୍ଚୟ କେହି ଜଣେ ଅଛି ଯିଏ କି ମୋ ବଗିଚାରୁ ମୋ ଫସଲ ଚୋରି କରୁଛି। ତ ସିଏ ଗୋଟିଏ ଦିନ ସେ ବଗିଚାରେ ରାତି ରହିକି ସେଠାରେ ପହରା ଦେଲା ଦେଖିବା ପାଇଁ ଯେ ତା ବଗିଚାରୁ କିଏ ଚୋରି କରୁଛି କିନ୍ତୁ ସେ ଦିନ ରାତିରେ ବସି ବସି କେତେବେଳେ ଯେ ତା ଆଖି ଲାଗିଯାଇଛି ସେ ଆଉ ଜାଣିପାରିନି ଆଉ କୁନୁ ବୁନୁ ଚୁପ୍ କରି ଆସି ତା ବଗିଚାରୁ ଟମାଟୋ ଆଉ ଗାଜର ନେଇଯାଇଛନ୍ତି।

ଏମିତି ବହୁତ୍ ଦିନ ହେଲାପରେ ଚାଷୀ ଭାଇ ଜଣକ ଭାବିଲା :- ନାହିଁ! ମୁଁ ଏମିତି କରିବା ଦ୍ୱାରା ମୁଁ କିଛିବି ଜାଣିପାରୁନି କେହି ଜଣେ ଆସି ମୋ ବଗିଚାରୁ ଚୋରି କରୁଛି। ସେ ଗୋଟିଏ ଉପାୟ ଚିନ୍ତା କଲା ଆଉ ଉପାୟ ଅନୁସାରେ। ସେ ଲୁଚିକି ଦେଖିଲା ଗୋଟିଏ ଦିନ ଦେଖିଲା କିଏ ଆଶିକି ତା ବଗିଚାରୁ ଚୋରି କରୁଛି। ସେ ଚାଷୀ ଭାଇଟି ଯେଉଁ ଦିନ ବଗିଚାକୁ ଯାଇନଥିଲା ସେ ଦିନ କୁନୁ ଆଉ ବୁନୁ ଦୁଇ ଜଣ କଥା ହେଲେ ଆଉ କୁନୁ କହିଲା:- ଆରେ! ସେ ଚାଷୀ ଭାଇ ଜଣକ କ’ଣ ଆଜି ଆସିନି ତ ବୁନୁ କହିଲା :- ଭଲ ହେଲା ଆମେ ଆଜି ଦିନ ସାରା ତା ବଗିଚାରୁ ଗାଜର ଆଉ ଟମାଟୋ ଖାଇବା । ଏମିତି କହି କି ଦୁଇ ଜଣ ମିଶି ବଗିଚା ଭିତରକୁ ଗଲେ କିନ୍ତୁ ସେମାନେ ଜାଣିନଥିଲେ ଯେ ସେହି ବଗିଚା ଯାହାର ସିଏ ଲୁଚି କି ସେମାନଙ୍କୁ ଦେଖୁଛି।

ଯେତେବେଳେ ଚାଷୀ ଭାଇ ଜଣକ ସେ ଦୁଇ ଜଣକୁ ଦେଖିଲା ସେ ଭାବିଲା କି ଆରେ! ମୁଁ ଭାବୁଥିଲି କେହି ଜଣେ ଚୋର ଆସି ମୋ ବଗିଚାରୁ ଚୋରି କରୁଛି କିନ୍ତୁ ମୋ ବଗିଚାରେ ତା ଦୁଇଟି ଠେକୁଆ ଅଛନ୍ତି ଅଥଚ ମୋତେ ଜଣାନାହିଁ । ଆଚ୍ଛା ହଉ ଏବେ ମୁଁ ଏମାନଙ୍କ କଥା ବୁଝୁଛି କହିକି ଘରକୁ ପଳେଇଲା। ତା ପର ଦିନ ସକାଳୁ ଗୋଟେ ଠେଙ୍ଗା ଧରିକି ଚାଷୀ ଭାଇ ଟି ବଗିଚାକୁ ଆସିଲା ଆଉ ପୂର୍ବ ଦିନ ଭଳି ସେ ଲୁଚି କି ରହିଲା ସେ ଦିନ ବୁନୁ ର ପାଳି ଥିଲା ସେ ବଗିଚାକୁ ଗାଜର ଆଉ ଟମାଟୋ ଆଣିବାକୁ ଯାଇଥିଲା ସେ ଯେତେବେଳେ ଗାଜର ତୋଳୁଥିଲା ଠିକ୍ ସେ ସମୟରେ ଚାଷୀ ଭାଇ ଜଣକ ତାକୁ ମାରିବା ପାଇଁ ଠେଙ୍ଗା ଉଠେଇଥିଲାବେଳେ କୁନୁ ଦେଖିକି ଦୌଡ଼ିକୀ ପଳିଆସିଲା ଆଉ ବୁନୁ ଜାଗାରେ କୁନୁ କୁ ସେହି ଠେଙ୍ଗା ଟି ବାଜିଗଲା ଆଉ ତାକୁ ଆଘାତ ଲାଗିଲା I

କୁନୁ ର ସେହି ଅବସ୍ଥା ଦେଖି ବୁନୁ ବହୁତ୍ କାନ୍ଦିଲା ଆଉ ଚାଷୀ ଭାଇଙ୍କୁ କହିଲା;- ଚାଷୀ ଭାଇ ଚାଷୀ ଭାଇ ଆମେ ଆଉ କେବେବି ତମ ବଗିଚାରୁ ଟମାଟୋ ଆଉ ଗାଜର ଚୋରି କରିବୁନି ତୁମେ ଆମକୁ କ୍ଷମା କରିଦିଅ ଆଉ ଦୟାକରି ତୁମେ ମୋ ସାଙ୍ଗକୁ ବଞ୍ଚେଇଦିଅ।

ଏମିତି କହିବା ପରେ ସେ ଚାଷୀ ଭାଇ ମନରେ ବହୁତ୍ ଦୟା ଆସିଲା ଆଉ ସେ ବୁନୁ ଆଉ କୁନୁ କୁ କ୍ଷମା କରିଦେଲା ଆଉ ସେମାନଙ୍କୁ ନିଜ ଘରକୁ ମଧ୍ୟ ନେଇଗଲା । ଆଉ କୁନୁର ଚିକିତ୍ସା ମଧ୍ୟ କଲା ଆଉ କୁନୁ ବୁନୁ ମିଶି ସେ ଚାଷୀ ଭାଇର ଘରେ ରହିଲେ ପ୍ରତିଦିନ ସେ ଚାଷୀ ଭାଇଟି ନିଜ ବଗିଚାରୁ କିଛି ଗାଜର ଆଉ ଟମାଟୋ ଆଣିକି ସେ ଦୁହିଁଙ୍କୁ ଦେଲା ଆଉ ସେମାନେ ଖୁସିରେ ସେ ଚାଷୀ ଭାଇର ଘରେ ରହିଲେ।

Leave a Comment