ରାଜା ଏବଂ ତିନି କଣ୍ଢେଇ (Three Dolls And The King)

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କ ନାମ ଥିଲା ରାମା ରାଓ । ସେ ନିଜ ରାଜ୍ୟ ବାସୀଙ୍କୁ ନିଜ ପରିବାର ଭଳି ମାନୁଥିଲେ। ତାଙ୍କର “ପ୍ରସାଦ” ନାମରେ ଜଣେ ମନ୍ତ୍ରୀ ଥିଲେ । ପ୍ରସାଦ, ରାମା ରାଓ ଙ୍କର ଭାରି ବିଶ୍ଵସ୍ତ ମନ୍ତ୍ରୀ ଥିଲେ। ପ୍ରସାଦ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ଆଉ ତାଙ୍କର ବୁଦ୍ଧି ଆଉ ଜ୍ଞାନ ର ପ୍ରଶଂସା ସାରା ରାଜ୍ୟ ବାସି କରୁଥିଲେ।

ଯେତେବେଳେ ଇରାନ୍ ର ରାଜା ଙ୍କୁ ପ୍ରସାଦ ଙ୍କ ବିଷୟରେ ଜଣାପଡିଲା। ସେତେବେଳେ ଇରାନ୍ ର ରାଜା ପ୍ରସାଦ ର ବୁଦ୍ଧି ର ପରୀକ୍ଷା କରିବା ପାଇଁ ଚିନ୍ତାକଲେ।

ଇରାନ୍ ର ରାଜା , ରାଜା ରାମା ରାଓ ଙ୍କ ପାଖକୁ ଏକା ପ୍ରକାରର ଦେଖାଯାଉଥିବା ତିନି ଟି କଣ୍ଢେଇ ପଠାଇଲେ।ଯାହାକି ରୂପ , ରଙ୍ଗ ଏବଂ ଆକାର ରେ ସମାନ ଥିଲା।ଆଉ ସେ ତିନି କଣ୍ଢେଇ ସହିତ ଗୋଟିଏ ସନ୍ଦେଶ ମଧ୍ୟ ପଠାଇଲେ। ଯେଉଁଥିରେ ଲେଖା ଥିଲା :- ରାଜା ରାମା ରାଓ ! ଏହି କଣ୍ଢେଇ ମାନଙ୍କ ଭିତରେ ଯିଏ ସବୁଠୁ ସୁନ୍ଦର ,ଯିଏ ବହୁତ୍ ଭଲ ଆଉ ଯିଏ ସବୁଠୁ ଖରାପ୍ ସେମାନଙ୍କର ପରୀକ୍ଷା କରିକି ଜାଣିବାକୁ ଚେଷ୍ଟା କରନ୍ତୁ ଆଉ ପୁଣି ସବୁ କଣ୍ଢେଇ ସହିତ ତା’ର ପରିଚୟ ଲଗେଇକି ଏହାକୁ ମୋ ପାଖକୁ ଫେରସ୍ତ ପଠାଇଦେବେ। ଅନ୍ୟଥା ଆପଣଙ୍କୁ ଆପଣଙ୍କ ପରାଜୟ ସ୍ୱୀକାର କରିବାକୁ ପଡ଼ିବ।

ଏହି କାମଟି ସତରେ ବହୁତ୍ କଷ୍ଟ ଥିଲା। ସବୁ କଣ୍ଢେଇ ଏକା ପରି ଦେଖାଯାଉଥିଲେ। ଏବେ ଏଇଟା ଜାଣିବା ବହୁତ୍ କଷ୍ଟକର ଥିଲାଯେ ;- କେଉଁ କଣ୍ଢେଇ ଟି ଖରାପ୍ , କେଉଁ କଣ୍ଢେଇ ଟି ସୁନ୍ଦର ଆଉ କେଉଁ କଣ୍ଢେଇ ଟି ଭଲ। ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ମଣ୍ଡଳ ବହୁତ୍ ଆଶ୍ଚର୍ଯ୍ୟ ଥିଲେ। ରାଜା ରାମା ରାଓ ମଧ୍ୟ ଏହା ଦେଖିକି ବହୁତ୍ ଚିନ୍ତିତ ଥିଲେ। ସେ , ପ୍ରସାଦ ଙ୍କୁ ଡାକିବା ପାଇଁ ଜଣେ ଲୋକଙ୍କୁ ପଠାଇଲେ।

ଆଉ ତାଙ୍କୁ ଇରାନ୍ ର ରାଜା ପଠେଇଥିବା ସନ୍ଦେଶ ବିଷୟରେ ମଧ୍ୟ କହିଲେ। ପ୍ରସାଦ , କଣ୍ଢେଇ ମାନଙ୍କୁ କିଛି ସମୟ ପରଖିଲେ ଆଉ ଅଳ୍ପ ସମୟ ପରେ ସେ ହସିବାକୁ ଲାଗିଲେ ପୁଣି ପ୍ରସାଦ କହିଲେ ;- ମହାରାଜ ! ମୁଁ ଏହି ପହେଳୀର ଉତ୍ତର ଆସନ୍ତା କାଲି ଦେବି। ଆଜି ମୁଁ ଏସବୁ କଣ୍ଢେଇ କୁ ନିଜ ଘରକୁ ନେଇଯିବି

ପ୍ରସାଦ ସେହି ତିନିଟି କଣ୍ଢେଇ କୁ ନିଜ ହାତରେ ଉଠାଇଲେ ଆଉ ନିଜ ସହିତ ନିଜ ଘରକୁ ନେଇଗଲେ। ପରଦିନ ‘ ପ୍ରସାଦ ‘ ସେହି ତିନି କଣ୍ଢେଇ ସହିତ ମହଲକୁ ଆସିଲେ। ରାଜା ରାମାରାଓ ବହୁତ୍ ଆଶ୍ଚର୍ଯ୍ୟ ଥିଲେ ।ସିଏ ପଚାରିଲେ :- ପ୍ରସାଦ !ତୁମେ କୁହ ଏହି ତିନି କଣ୍ଢେଇ ମାନଙ୍କ ଭିତ ରୁ ସବୁଠୁ ଭଲ , ସୁନ୍ଦର୍ ଆଉ ସବୁଠୁ ଖରାପ୍ ଜାଣିବା ପାଇଁ ତୁମେ କଣ କଲ ?

” ପ୍ରସାଦ” ଉତ୍ତର ଦେଲେ:- ମହାରାଜ! ମୁଁ ଘରେ ସାବଧାନ ପୂର୍ବକ ଏହି ତିନି କଣ୍ଢେଇ ଙ୍କୁ ଭଲସେ ପରଖିଲି।ପୁଣି ମୁଁ ଦେଖିଲି ଯେ, ସବୁ କଣ୍ଢେଇ ର ବାମ କାନରେ ଗୋଟେ ଛେଦ (କଣା) ଥିଲା।

ରାଜା ରାମା ରାଓ ବଡ଼ ଆନନ୍ଦର ସହିତ କହିଲେ ;- ଆଚ୍ଛା ! ତା’ପରେ ତମେ କ’ ଣ କଲ ‘ ପ୍ରସାଦ ‘?

‘ ପ୍ରସାଦ ‘ ଉତ୍ତର ଦେଲେ;- ପୁଣି ମୁଁ ଗୋଟେ ପତଳା ଖଡ଼ିକା ନେଲି ଆଉ ସେ ଛେଦ ହୋଇଥିବା ସ୍ଥାନରେ ପସେଇଲି।
ପ୍ରଥମ କଣ୍ଢେଇ ରେ ସେ ଖଡ଼ିକା ଟି ତା ମୁହଁରୁ ବାହାରିପଡିଲା। ଦ୍ୱିତୀୟ କଣ୍ଢେଇ ରେ ସେ ଖଡ଼ିକା ଟି ତାର କାନ ଦେଇକି ବାହାରକୁ ପଳି ଆସିଲା। କିନ୍ତୁ ତୃତୀୟ କଣ୍ଢେଇ ରେ ସେ ଖଡ଼ିକା ଟି ତା ପେଟ ଭିତରକୁ ଚାଲିଗଲା ଆଉ ସେଠି ହିଁ ରହିଗଲା।ଦେଖିବାକୁ ତ ଏହି ତିନିଟି ଯାକ କଣ୍ଢେଇ ସମାନ। କିନ୍ତୁ ଏହି ପରୀକ୍ଷଣ ରେ ମୁଁ ବୁଝିଗଲି କି ପ୍ରଥମ କଣ୍ଢେଇ ଟି ସବୁଠୁ ଖରାପ, ଦ୍ୱିତୀୟ କଣ୍ଢେଇ ଟି ଭଲ ଥିଲା ଆଉ ତୃତୀୟ ଟି ସର୍ବଶ୍ରେଷ୍ଠ ଥିଲା।

ମନ୍ତ୍ରୀ ମଣ୍ଡଳ ରେ ଉପସ୍ଥିତ ଥିବା ସବୁ ଲୋକ ମାନଙ୍କ ମନରେ ସନ୍ଦେହ ଥିଲା। ପୁଣି ଜଣେ ମନ୍ତ୍ରୀ ଉଠିକି ପଚାରିଲେ ;- କିନ୍ତୁ ଗୋଟିଏ ଛେଦ , କଣ୍ଢେଇ ର ପରିଚୟ କିପରି ଦେଇପାରିବ ? ମୁଁ ବୁଝିପାରିଲି ନାହିଁ।

‘ପ୍ରସାଦ ‘ ବୁଝେଇଲା ଭଳି କହିଲେ;- ମନ୍ତ୍ରୀ ମଣ୍ଡଳ ରେ ଥିବା ସମସ୍ତ ଅତିଥି ବୃନ୍ଦ ଦେଖନ୍ତୁ । ଏହି ଖଡ଼ିକା ଟିପ୍ରଥମ କଣ୍ଢେଇ ର ମୁହଁ ରୁ ବାହାରିଛି ଏହାର ମାନେ ହେଲା ଜଣେ ବ୍ୟକ୍ତି ଯାହାବି ଶୁଣୁଛି ତାହା ଆଗରେ ହିଁ କହିଦଉଛି ଯିଏ ବୁଦ୍ଧିମାନ ନୁହେଁ ପ୍ରଥମ କଣ୍ଢେଇ ଟି ଏମିତି ବ୍ୟକ୍ତି ଙ୍କୁ ଦର୍ଶାଉଛି ଯିଏ କେବେବି ନିଜକୁ ବାହାରେ ସୀମିତ ରଖେନି ସିଏ ସମସ୍ତଙ୍କ ଠାରୁ ଖରାପ୍।

ଏବେ ଦ୍ୱିତୀୟ କଣ୍ଢେଇ ଟି ସେମାନଙ୍କୁ ଦର୍ଶାଉଛି ଯେ ଯେଉଁ ଲୋକ ଗୋଟେ କାନରେ କଥା ସୁଣୀକି ଆଉ ଗୋଟେ କାନରେ ବାହାର କରିଦେଉଛି ଏ ଲୋକମାନେ ଲମ୍ବା ସମୟ ପର୍ଯ୍ୟନ୍ତ ରହସ୍ୟ କୁ ଲୁଚେଇକି ରଖିପାରିବେ ନାହିଁ। କିନ୍ତୁ ସେମାନେ ପ୍ରଥମ ଲୋକମାନଙ୍କ ଭଳି କ୍ଷତି କାରକ ମଧ୍ୟ ନୁହନ୍ତି।

ତୃତୀୟ କଣ୍ଢେଇ ଟି ସବୁଠାରୁ ଶ୍ରେଷ୍ଠ ଏଥିରୁ ଖଡ଼ିକା ଟି ବାହାରିନି ମାନେ ହେଲାକି ଏମିତି ଲୋକ ଯେଉଁମାନେ କି ଅନ୍ୟର କଥା ଶୁଣନ୍ତି ଏବଂ ସବୁ କଥା କୁ ମନେ ବି ରଖନ୍ତି।ଆଉ ସେ କଥାକୁ ନିଜ ଭିତରେ ସୀମିତ ମଧ୍ୟ ରଖନ୍ତି। ପୁଣି ‘ପ୍ରସାଦ ‘ କହିଲେ ;- ଏହି ସବୁ ଦର୍ଶାଉଛି ଯେ ସବୁ ଲୋକ ଅଲଗା ଅଲଗା ହେଲେ ମଧ୍ୟ ଏକା ପ୍ରକାରର ଦେଖାଯାଆନ୍ତି। ସେମାନଙ୍କର ଗୁଣ , ସେମାନଙ୍କର ଚରିତ୍ର ଆଉ ବ୍ୟବହାର ଉପରେ ନିର୍ଭରଶୀଳ।

ସବୁ ଲୋକ ମାନେ ‘ ପ୍ରାସାଦ’ ଙ୍କ ର ଏହି କଥାରେ ହଁ କହିଲେ। ସବୁ କଥା ଶୁଣିଲା ପରେ ରାଜା ରାମା ରାଓ କହିଲେ :- ତୁମେ ସତ କହିଛ ପ୍ରସାଦ ! ମୁଁ ନିଶ୍ଚିତ ଭାବରେ ତୁମ କଥାରେ ସହମତ ଅଛି। ପୁଣି କଣ୍ଢେଇ ମାନଙ୍କୁ ସେମାନଙ୍କ ପରିଚୟ ସହିତ ଇରାନ୍ ର ରାଜାଙ୍କ ପାଖକୁ ଫେରସ୍ତ ପଠାଇଦିଆଗଲା।

ଇରାନ୍ ର ରାଜା ବହୁତ୍ ପ୍ରସନ୍ନ ହେଲେ ଆଉ ସେ ରାଜା ରାମା ରାଓ ଙ୍କ ପାଖକୁ ଗୋଟିଏ ପ୍ରଶଂସା ପତ୍ର ଲେଖିଲେ ।ସିଏ ସେହି ପତ୍ର ରେ ‘ ପ୍ରସାଦ ‘ ଙ୍କ ର ବହୁତ୍ ପ୍ରଶଂସା କଲେ। ଏବଂ ବିଜୟୀ ହେବାର ଶୁଭେଚ୍ଛା ସହିତ ‘ ପ୍ରସାଦ’ ଙ୍କ ପାଇଁ ଉପହାର ମଧ୍ୟ ପଠାଇଲେ। ଏମିତି ଭାବରେ ପୁଣି ଥରେ “ପ୍ରସାଦ ” ପ୍ରମାଣ କରିଦେଲେ ଯେ ବୁଦ୍ଧିମାନ ଲୋକ ସମସ୍ତ ଙ୍କ ର ସମ୍ମାନ ର ଅଧିକାରୀ ହୋଇଥାନ୍ତି।

Leave a Comment