ଯାଦୁକରୀ ବାଡ଼ି (Magical Sticks) (ମ୍ୟାଜିକାଲ୍ ଷ୍ଟିକ୍ସ)

ଜଣେ ବେପାରୀ ଙ୍କୁ ଗହଣା ପିନ୍ଧିବାର ବହୁତ୍ ସଉକ୍ ଥିଲା। ତା’ ବେକରେ ସବୁବେଳେ ହୀରା ର ହାର ରହୁଥିଲା।ଦିନେ ଗାଧେଇବା ପାଇଁ ଯିବା ସମୟରେ ସେ ବେପାରୀ ଟି ତତ୍ପରତା ର ସହିତ ସ୍ନାନ ଗୃହର ବାହାରେ ସେ ପିନ୍ଧିଥିବା ହୀରା ର ହାରଟିକୁ ଓହୋଳେଇ ଦେଇ ସ୍ନାନ ଗୃହ କୁ ଚାଲିଗଲା। ଯେତେବେଳେ ସିଏ ସ୍ନାନ ସାରିକି ବାହାରକୁ ଆସିଲା ତ ସିଏ ଦେଖିଲା ତା ହାର ଆଉ ସେଠି ନାହିଁ ସେଠୁ ଉଭାନ୍ ହେଇଯାଇଛି। ସେ ସବୁଆଡେ ଖୋଜିଲେ ଆଉ ଶେଷରେ ସିଏ ତା’ର ସବୁ ଚାକର କୁ ଡାକିଲା।ଆଉ ସେମାନଙ୍କୁ ପ୍ରଶ୍ନ କଲା:- କ’ଣ ତୁମମାନଙ୍କ ଭିତରୁ ମୋ ହାର କେହି ନେଇଛ ?

ଯଦି କେହି ନେଇଚ ତାହାଲେ ମୋତେ ଫେରେଇ ଦିଅ।କିନ୍ତୁ ସବୁ ଚାକର ମନା କରିଦେଲେ। ଶେଷରେ ସିଏ ଆକବର ଙ୍କ ଅଦାଲତ କୁ ଯାଇକି ଅଭିଯୋଗ କଲେ। ଆଉ ବାତ୍ସା ଆକବର୍, ବିର୍ବଲ ଙ୍କୁ ଏ ସମସ୍ୟାର ସମାଧାନ କରିବା ପାଇଁ ଦାୟୀତ୍ବ ଦେଲେ।
ବିର୍ବଲ୍ ସେ ବେପାରୀ ଜଣକୁ କହିଲା:- ଆପଣ କାଲି ସକାଳୁ ଆପଣଙ୍କର ସମସ୍ତ ଚାକର ମାନଙ୍କୁ ନେଇକି ଅଦାଲତ କୁ ନେଇକି ଆସିବେ। ମୁଁ ସବୁ କ୍ଷୀର ର କ୍ଷୀର ଆଉ ପାଣିର ପାଣି କରିଦେବି।

ପରଦିନ ବେପାରୀ ଜଣକ ମନଦୁଃଖରେ ନିଜର ଚାକର ମାନଙ୍କୁ ନେଇକି ଅଦାଲତରେ ପହଞ୍ଚିଲା।
ବେପାରୀକୁ ଏମିତି ଦେଖିକି ବୀର୍ବଲ ,ଜଣେ ଜଗୁଆଳି କୁ କହିଲେ:- ଜଲ୍ଦୀ ମୋତେ ଗୋଟେ କାଠ ବିଡା ଆଣିକି ଦିଅ।ଆଉ ସେ ଜଗୁଆଳି ଜଣକ ବୀର୍ବଲ୍ ଙ୍କୁ ଗୋଟେ କାଠ ବିଡା ଆଣିକୀ ଦେଲା। ତାପରେ ବିର୍ବଲ୍ , ସେ ବେପାରୀ ଆଉ ତା’ ଚାକର ମାନଙ୍କୁ କହିଲେ:- ମୁଁ ସବୁ କାଠ ମାନଙ୍କରେ ଯାଦୁ କରିକି ଗୋଟେ ମନ୍ତ୍ର ପଢ଼ିଦେଇଛି।ଆପଣଙ୍କ ଭିତରୁ ସମସ୍ତେ ଏଇଠୁ ଗୋଟେ ଗୋଟେ ମନ୍ତ୍ରିତ ବାଡି ନେଇଯାଅ।କାଲି ସକାଳେ ନିଜ ନିଜ ମନ୍ତ୍ରୀତ ବାଡି କୁ ଧରି ଅଦାଲତ କୁ ଆସିବ।ଯିଏ କେହିବି ଚୋର ହେଇଥିବା ତାର ବାଡି ଲମ୍ବରେ ଚାରି ଆଙ୍ଗୁଳି କମ୍ ହୋଇଯାଇଥିବ।

ସେ ଦିନ ରାତିରେ ବାକି ସମସ୍ତେ ତ ଗଭୀର ନିଦରେ ଶୋଇଥିଲେ। କିନ୍ତୁ ଯେଉଁ ଚାକରଟି ଚୋରି କରିଥିଲା ତାକୁ ଡରରେ ନିଦ ହିଁ ଆସୁନଥିଲା। ତା’ ମୁଣ୍ଡରେ ବହୁତ୍ କିଛି ଚାଲୁଥିଲା। ବହୁତ୍ ସମୟ ପର୍ଯ୍ୟନ୍ତ ସେ କିଛି ଭାବିଲା। ଆଉ ତା’ପରେ ତା’ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା।ସିଏ ସଙ୍ଗେ ସଙ୍ଗେ ଉଠିଲା ଆଉ ଉଠିକି ଚାରି ଆଙ୍ଗୁଳି ଲମ୍ବ ରେ ଚାକୁରେ କାଟିଦେଲା।ଏମିତି ଭାବିକି ଯେ ତା’ ର ସେ ଯାଦୁଇ ବାଡି ଲମ୍ବା ନ ହେଇଯାଉ ଆଉ ସିଏ ଚୋରି କରିଛି ବୋଲି ଧରା ନ ପଡ଼ିଯାଉ । ତା ପରେ ସେ ଶାନ୍ତିରେ ଶୋଇପଡିଲା। ପରଦିନ ସିଏ ବହୁତ୍ ଆତ୍ମବିଶ୍ବାସ ର ସହିତ ଅଦାଲତକୁ ଆସିଲା।

ବିର୍ବଲ୍ ସବୁ ବାଡି ଗୁଡ଼ିକୁ ଧ୍ୟାନର ସହିତ ଦେଖିଲା।ଯେତେବେଳେ ସିଏ ,ସେ ଚାକର ର ବାଡି କୁ ଦେଖିଲା ତ ବିର୍ବଲ୍ ସଙ୍ଗେ ସଙ୍ଗେ କହିଲେ :- ମହାରାଜ! ଇଏ ହିଁ ପ୍ରକୃତ ଚୋର। ବିର୍ବଲ୍ ର କଥା ଶୁଣି କି ସେ ଚାକରଟି ବହୁତ୍ ଡରିଗଲା।ସେ ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ଲାଜରେ ତଳକୁ କରିଦେଲା।

ବିର୍ବଲ୍ ହସିକି କହିଲେ:- ତୁମେ ସତରେ ବହୁତ୍ ବଡ଼ ମୂର୍ଖ।ମୁଁ ସେ ବାଡି ଗୁଡ଼ିକ ଉପରେ କୌଣସି ଯାଦୁ କରିନଥିଲୀ।କାରଣ ମୋତେ ଜଣା ଥିଲା ଯିଏ କେହିବି ଚୋର ହୋଇଥିବ ସିଏ ସେ ବାଡ଼ିର ଲମ୍ବକୁ ନିଶ୍ଚୟ କମ୍ କରିବ।ସେଥିପାଇଁ ମୁଁ ଜାଣିଶୁଣିକି କହିଥିଲି ଯେ ଯିଏ ଚୋର ହେଇଥିବ ସିଏ ତାର ବାଡ଼ିର ଲମ୍ବ କୁ ନିଶ୍ଚୟ କମ୍ କରିବ ଆଉ ଶେଷରେ ସେଇୟା ହିଁ ହେଲା।ଆଉ ସେତେବେଳେ ସେ ଚାକର ପାଖରେ ମଧ୍ୟ କିଛି ରାସ୍ତା ନଥିଲା । ସେ ପୁରାପୁରି ଭାବରେ ବିର୍ବଲ୍ ର ଜାଲରେ ଫସିଯାଇଥିଲା।ସେ ଚୁପଚାପ୍ ନିଜକୁ ଆଉ ସେ ହୀରାର ହାରକୁ ବିର୍ବଲ୍ ହାତରେ ଦେଇଦେଲା।

ବିର୍ବଲ୍ , ବେପାରୀ ହାତରେ ହାରଟିକୁ ଦେଇଦେଲେ।ଆଉ କହିଲେ;- ଶ୍ରୀମାନ ଜଣେ ବ୍ୟକ୍ତିକୁ କେବଳ ହାତରେ ପୁରି ହୋଇ ରହିବା ଉଚିତ୍ ନୁହେଁ ଗହଣା ଠାରୁ ଅଧିକ ମୂଲ୍ୟବାନ ତାର ଚରିତ୍ର । ଆପଣ ତା’ ଅନୁଯାୟୀ କାମ କରନ୍ତୁ। ତ ଏଥିରୁ ଆଗକୁ ଆପଣଙ୍କୁ ହିଁ ଫାଇଦା ହେବ।
ବେପାରୀ ଜଣକ ବିର୍ବଲ୍ ର କଥା ଶୁଣି କୁ ଲଜ୍ୟା ରେ ମୁଣ୍ଡ ତଳକୁ କରିଦେଲା।

ସେ ବେପାରୀ ଜଣକ ବାତ୍ସା ଆକବର ଆଉ ବିର୍ବଲ୍ ଙ୍କୁ ଧନ୍ୟବାଦ ଦେଲା ଆଉ ତା ଚାକରକୁ ଆକବର ଦଣ୍ଡ ଦେଲେ।
ଏହି ଘଟଣାଟି ସବୁ ଲୋକଙ୍କ ପାଇଁ ଗୋଟେ ଉଦାହରଣ ଥିଲା ଯେ ଖରାପ ଲୋକଙ୍କୁ ସେମାନଙ୍କ ଭୁଲ ର ଦଣ୍ଡ ନିଶ୍ଚୟ ମିଳିଥାଏ।

Leave a Comment