Akbar And Birbal Story In Odia

ମିଶର ଦେଶର ରାଜାଙ୍କ ପରୀକ୍ଷା (Test Of The King Of Egypt) (Mishra Desha Ra Raja Nka Parikshya)

ବିରବଲଙ୍କଚତୁରତାର ଖ୍ୟାତି ପୁରା ଦୁନିଆରେ ପ୍ରଚାରିତ ହୋଇଯାଇଥିଲା I
ଏମତିକି ମିଶର ଦେଶର ରାଜା ମଧ୍ୟ ବୀର୍ବଲ୍ ଙ୍କ ବିଷୟ ରେ ଶୁଣିଥିଲେ। ମିଶରର ରାଜା ଥରେ ବିରବଲଙ୍କ ବୁଦ୍ଧି ର ପରୀକ୍ଷା କରିବା ପାଇଁ ତାଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କଲେ।

ଯେତେବେଳେ ବିରବଲଙ୍କୁ ଏ କଥା ଜଣାପଡିଲା ଯେ ମିଶର ଦେଶର ରାଜା ତାଙ୍କୁ ନିମନ୍ତ୍ରଣ କରିଛନ୍ତି ସେ ନିମନ୍ତ୍ରଣ ଅନୁସାରେ ମିଶର ରାଜ୍ୟ କୁ ଚାଲିଗଲେ । ଯେତେବେଳେ ସେ ସେଠାରେ ପହଞ୍ଚିଲେ ସେତେବେଳେ ରାଜମହଲରେ ଥିବା ସମସ୍ତ ମନ୍ତ୍ରୀ ତାଙ୍କର ସ୍ବାଗତ କଲେ, ଏବଂ ତାଙ୍କୁ କହିଲେ – ଆପଣ ବହୁତ୍ ଥକି ଯାଇଥିବେ ତେଣୁ ଆପଣ ବର୍ତ୍ତମାନ ଆରାମ କରନ୍ତୁ। ରାଜାଙ୍କ ସହିତ ଆପଣଙ୍କର ଭେଟ ଆସନ୍ତା କାଲି ସକାଳେ ହେବ ।

ଏତିକି କହି ସେ ସେଠାରୁ ଚାଲିଗଲେ ।

ପରଦିନ ଯେତେବେଳେ ବିରବଲ ରାଜଦରବାରରେ ପ୍ରବେଶ କଲେ ସେ ଦେଖିଲେ ଯେ ଦରବାର ଖୁବ୍ ସୁନ୍ଦର୍ ଦେଖାଯାଉଥିଲା। ବିରବଲ ଯେତେବେଳେ ଦରବାର ଦେଖୁଥିଲେ ସେତେବେଳେ ତାଙ୍କ ନଜର ସିଂହାସନ ଉପରେ ପଡିଲା। ଯେଉଁଠି କେହି ଜଣେ ବ୍ୟକ୍ତି ବସିଥିଲେ। ତା’ପରେ ବିରବଲ ଦରବାରରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଧ୍ୟାନ ସହ ଦେଖିଲେ I ତା’ପରେ ଦରବାର ରେ ଉପସ୍ଥିତ ଥିବା ଜଣେ ଲୋକଙ୍କୁ ଯାଇକି ପ୍ରଣାମ କଲେ। ସେ ଯାହାକୁ ପ୍ରଣାମ କଲେ ପ୍ରକୃତରେ ସେ ହିଁ ମିଶର ର ଅସଲି ରାଜା ଥିଲେ। ରାଜାଙ୍କୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଲା।

ସେ ଆଶ୍ଚର୍ଯ୍ୟ ହୋଇ ବିରବଲଙ୍କୁ ପଚାରିଲେ – “ବିରବଲ ! ଆପଣ ମୋତେ ଏତେ ସହଜରେ କିପରି ଚିହ୍ନିପାରିଲେ ?”

ବିରବଲ ହସିକି ଉତ୍ତର ଦେଇ କହିଲେ – “ମହାରାଜ! ମୁଁ ଯେତେେବେଳେ ଦରବାରରେ ପ୍ରବେଶ କଲି ମୁଁ ଦେଖିଲି ଯେ ଯିଏ ସିଂହାସନ ଉପରେ ବସିଥିଲେ ସେ ଆପଣଙ୍କ ଆଡ଼କୁ ଚହୁଁଥିଲେ । ସେ ରାଜାଙ୍କ ରୂପରେ ସିଂହାସନ ଉପରେ ବସିଥିଲେ କିନ୍ତୁ ତାଙ୍କର ଆଖି କେବଳ ରାଜାଙ୍କ ଆଡ଼କୁ ହିଁ ଦେଖୁଥିଲା, ଏବଂ ଆପଣ ପୁରା ଆତ୍ମବିଶ୍ବାସ ର ସହିତ ବସିଥିଲେ।”

ରାଜା ବିରବଲଙ୍କ ଉତ୍ତରରେ ବହୁତ୍ ଖୁସି ଥିଲେ । ସେ ବିରବଲଙ୍କୁ କହିଲେ – “ମୋର ଆଶାକରି ନଥିଲା ଯେ ଆପଣ ମୋତେ ଏତେ ଶୀଘ୍ର
ଏବଂ ସହଜରେ ଚିହ୍ନିଯିବେ । ପରେ ମିଶର ର ରାଜା ନିଜ ମନ୍ତ୍ରୀଙ୍କ ସହିତ ବିରବଲଙ୍କୁ ମହଲ୍ କୁ ପଠାଇଲେ। ମନ୍ତ୍ରୀ ବିରବଲ ଙ୍କୁ ରାଜମହଲ ଦେଖାଇଲେ ଏବଂ ଶେଷରେ ସେ ତାଙ୍କୁ ଗୋଟିଏ ଶୌଚାଳୟ ସାମ୍ନାରେ ଠିଆ କରାଇଲେ ଏବଂ ତାଙ୍କୁ ସେ ଶୌଚାଳୟ ଦେଖାଇଲେ ।

ସେଠାରେ ମିଶର ର ରାଜା କିଛି ଗୋଟେ ଭାବି ସମ୍ରାଟ ଆକବର୍ ଙ୍କର ଗୋଟିଏ ଫଟୋ ଲଗାଇଥିଲେ । ମନ୍ତ୍ରୀ, ରାଜା ଆକବର୍ ଙ୍କ ର ଫଟୋ କୁ ବିରବଲଙ୍କୁ ଦେଖାଇଲେ। ଏହା ଦେଖି ବିରବଲ ସାବାସି ଦେଇ ମନ୍ତ୍ରୀ ଙ୍କୁ କହିଲା ବାଃ ! ଆପଣ ଆକବର୍ ଙ୍କ ଫଟୋ କୁ ସଠିକ୍ ଜାଗାରେ ଲଗାଇଛନ୍ତି । ଏହି ଫଟୋ ର ପ୍ରଭାବ ଏତେ ବେଶୀ ଯେ, ଯିଏ କେହିବି ଏହି ଫଟୋ କୁ ଦେଖିବେ ସିଏ ଭୟଭୀତ ହୋଇଯିବ। କିଛି ସମୟ ପରେ ବିରବଲ ମନ୍ତ୍ରୀ କୁ ପଚାରିଲେ ଆପଣଙ୍କ ରାଜାଙ୍କୁ ପେଟ ସଫା କରିବା ପାଇଁ ଅନ୍ୟ କିଛି ଆବଶ୍ୟକତା ନାହିଁ । ମୁଁ ଠିକ୍ କହିଲି ନା ?

ମନ୍ତ୍ରୀ , ବିରବଲ ର ଏ ପ୍ରଶ୍ନ କୁ ଶୁଣିକି ଚୁପ୍ ହୋଇଗଲେ। ସେ ଅନୁମାନ କଲେ ଯେ ବିରବଲଙ୍କ ଏମିତି କହିବାର ମାନେ କ’ଣ ? ସେତିକି ସମୟରେ ମିଶର ର ରାଜା ବି ସେଠୀ ଆସିକି ପହଞ୍ଚିଲେ । ସେ ଦୁହିଁଙ୍କ କଥା ଶୁଣିଲେ । ଆଉ ସେ କହିଲେ ବିରବଲ ! ମୁଁ ଆପଣ ଙ୍କ ସମ୍ରାଟ ଙ୍କ ର ଅପମାନ କରିବାପାଇଁ ଏମିତି କରିନଥିଲି । କେବଳ ତମକୁ ପରୀକ୍ଷା କରିବା ପାଇଁ ଏମିତି କରିଥିଲି ।

ଦୁଇ ଜଣ ଏ କଥାରେ ହସିଲେ ଆଉ ଖୁସିରେ ଦୁହେଁ ଦୁହିଁଙ୍କୁ କୁଣ୍ଢାଇପକାଇଲେ । ରାଜା କହିଲେ ଆପଣ ଙ୍କ ସହିତ ମିଶିକି ମୋତେ ବହୁତ୍ ଖୁସି ଲାଗିଲା । ମୋର ଆଶା ଥିଲା ଯେ ଆପଣ ଏହି ପରୀକ୍ଷାରେ ନିଶ୍ଚୟ ସଫଳ ହେବେ ଆଉ ଏମିତି ହିଁ ହେଲା । ମିଶର ର ରାଜା ବିରବଲ ଙ୍କୁ ଉପହାର ସ୍ୱରୂପ କିଛି ପୋଷାକ ଆଉ କିଛି ଗହଣା ଦେଇ ଭାରତ କୁ ଫେରାଇବା ସହିତ କହିଲେ ମୋର ଆଶା ପୁଣିଥରେ ଆପଣଙ୍କ ସହ ଦେଖାସାକ୍ଷାତ ହେବ। ମିଶରର ରାଜା , ରାଜା ଅକବର୍ ଙ୍କ ପାଇଁ ଏକ ପତ୍ର ମଧ୍ୟ ପଠାଇଲେ । ଏବଂ ସେଥିରେ ଲେଖାଥିଲା ଯେ ଆପଣଙ୍କ ପାଖରେ ବହୁତ୍ ଧନ ଅଛି କିନ୍ତୁ ତା’ଠାରୁ ବି ଅଧିକ ମୂଲ୍ୟବାନ ବିରବଲ ଅଛନ୍ତି I

ଏହା ପଢ଼ିକି ଆକବର୍ ଙ୍କ ମୁହଁରେ ବଡ଼ ଖୁସି ଆସିଗଲା I


Mishra Desha Ra Raja Nka Parikshya

Download Story In PDF

Download Story For Free

Print The Story/Page

Leave a Reply

Your email address will not be published. Required fields are marked *

Back to top button