Akbar And Birbal Story In Odia

ଚାଲାକ୍ ଚୋର (Chalak Chora) (The Clever Thief)

ଜଣେ ଧର୍ମ ନିଷ୍ଠା ବେପାରୀ ଦିଲ୍ଲୀ ରେ ରହୁଥିଲେ। ଦିନେ ବେପାରୀ ମାନଙ୍କ ବେଶରେ ତାଙ୍କୁ ଭେଟିବା ପାଇଁ ଦୁଇ ଜଣ ଚୋର ଆସିଲେ।ଆଉ ସେମାନେ ତାଙ୍କୁ କହିଲେ:- ନମସ୍କାର ଆଜ୍ଞା ! ଆମେ ବି ବେପାରୀ ଆଉ ଆମେ ଚୀନ୍ ରୁ ଆସିଚୁ। ସେ ଚୋର ଦୁଇଜଣ , ବେପାରୀ ଜଣଙ୍କୁ ଅନୁରୋଧ କଲେ ଯେ ଆମ ପାଖରେ କିଛି ଗହଣା ଅଛି ଆପଣ ଯଦି ସେଗୁଡିକୁ ବିକ୍ରି କରିବେ ତାହାଲେ ଆମେ ଆପଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବୁ। ଦିଲ୍ଲୀ ରେ ରହୁଥିବା ବେପାରୀ ଜଣକ ବହୁତ୍ ଧର୍ମଧାରି ଲୋକ ଥିଲେ। ସେ ଚୋର ଦୁଇଜଣଙ୍କ ଚକ୍ରାନ୍ତ କୁ ଜାଣିପାରିଲେନାହିଁ।ସବୁଦିନ ଭଳି ବେପାରୀ ଜଣକ କହିଲେ, କେହି କାହାକୁ କିଛି ଗହଣା ନ ଦେଖେଇକି କିଛି ବିକ୍ରି କରିପାରେନା।ତୁମେ ଦୁଇଜଣ ସେ ଗହଣା କୁ ମୋ ପାଖରେ ରଖିଲି ଚାଲିଯାଅ ମୁଁ ଦେଖୁଛି କ’ଣ କରିହେବ।

ଚୋରମାନେ କହିଲେ: କୃପା କରି ଏସବୁ ମୂଲ୍ୟବାନ ଗହଣା ଜାଗତ୍ର ରେ ରଖିବେ।ଯେତେବେଳେ ଆମେ ଏ ଗହଣା କୁ ନେବା ପାଇଁ ଏକା ସାଙ୍ଗରେ ଆସିବୁ ସେତେବେଳେ ଆପଣ ୟାକୁ ଫେରସ୍ତ ଦେବେ।ଯଦି ଆମ ଭିତରୁ କେହି ଏକୁଟିଆ ଆସିବତ ଗହଣା ଗୁଡ଼ିକ ଆପଣ ଦେବେନାହିଁ।
ବେପାରୀ ଜଣକ ସେମାନଙ୍କ କଥାରେ ସମତି ପ୍ରକାଶ କଲେ। ତା’ପରେ ଦୁଇଜଣ ଚୋର ସେଠୁ ପଳେଇଗଲେ।
କିଛି ସମୟ ପରେ ଗୋଟେ ଚୋର ଫେରିକି ଆସିଲା ଆଉ ସେ ଗହଣା ମାଗିବାକୁ ଲାଗିଲା।

ବେପାରୀ ଜଣକ ପଚାରିଲେ: ତୁମେ ଏକା ଆସିଲ ! ତୁମ ସାଙ୍ଗ ଆସିନାହାନ୍ତି ତୁମ ସାଙ୍ଗରେ ?
ଚୋର କହିଲା:ସିଏ କାହା ସହିତ କଥା ହଉଛି ରାସ୍ତା କଡ଼ରେ।ଆଉ ମୁଁ ତା’ର କହିବା ଅନୁସାରେ ଏଠିକି ଆସିଛି।
ବେପାରୀ ଜଣକ ବାହାରକୁ ଦେଖିଲା ତ ସତରେ ସେ ଅନ୍ୟ ଚୋର ଜଣକ ରାସ୍ତା କଡ଼ରେ କାହା ସହିତ କଥାହଉଥିଲା। ଏହା ଦେଖିକି ବେପାରୀ ଜଣକ ଗହଣା ଦେବାକୁ ବାଧ୍ୟ ହେଲା ଆଉ ସେସବୁ ଗହଣା ଚୋରକୁ ଦେଇଦେଲା।

ଦ୍ୱିତୀୟ ଚୋର ବେପାରୀ ପାଖକୁ ଆସିଲା ଆଉ କହିଲା ମୋତେ ମୋ ଗହଣା ଫେରସ୍ତ ଦରକାର୍ ମୋତେ ଅନ୍ୟ ସହରକୁ ଯିବାର ଅଛି।
ବେପାରୀ ଜଣକ କହିଲେ: ଆରେ ଆପଣ ଯେତେବେଳେ ବେଳେ କାହା ସହିତ କଥା ହେଉଥିଲେ ରାସ୍ତା କଡ଼ରେ ସେତେବେଳେ ଆପଣଙ୍କ ସାଙ୍ଗ ଏଠିକି ଆସିଥିଲେ।ଆଉ ଗହଣା ନିଜ ସହିତ ନେଇଗଲା।ମୁଁ ବି ପଚାରିଲି ଯେ ଆପଣ କାହିଁକି ଆସିନାହାନ୍ତି ତ ସିଏ କହିଲେ କି ଆପଣଙ୍କ କହିବା ଅନୁସାରେ ସେ ଆସିଛନ୍ତି।ଏହା ସୁଣୀକି ଦ୍ୱିତୀୟ ଚୋର କହିବାକୁ ଲାଗିଲା,: ମୁଁ ଆପଣଙ୍କୁ ଚେତାବନୀ ଦେଇଥିଲି। କିନ୍ତୁ ଆପଣ କେମିତି ମୋ ଅନୁପସ୍ଥିତିରେ ତାକୁ ସବୁ ଗହଣା ଦେଇଦେଲେ। ଯେକୌଣସି ପରିସ୍ଥତିରେ। ଆପଣଙ୍କୁ ମୋ ଗହଣା ମୋତେ ଦବାକୁ ହିଁ ପଡିବ। ଆଉ ସେ ଚୋର ସେଠୀ ବସିପଡ଼ିଲା ।

ବେପାରୀ ଜଣକ ବିନମ୍ରତାର ସହ କହିଲେ,ଆପଣ ସେ ରାସ୍ତା କଡ଼ରେ ହିଁ ଥିଲେ ଯେତେବେଳେ ଆପଣଙ୍କ ସାଙ୍ଗ ଗହଣା ନେବା ପାଇଁ ଆସିଥିଲେ।
ଦିତୀୟ ଚୋରୋଟି ବହୁତ୍ ରାଗିଲା ଭଳି କହିଲା, ତ କଣ ହେଲା ?ମୋତେ କଣ ରାସ୍ତା ଉପରେ ବି ଛିଡ଼ା ହେବାର ଅଧିକାର ନାହିଁ।ମୁଁ ତାକୁ ଗହଣା ନେବା ପାଈ। ପଠେଇନଥିଲି ।

ଏମିତି ଭାବରେ ଝଗଡ଼ା ବଢ଼ି ଚାଲିଲା।ସେ ଚୋର ବିନା ଗହଣା ରେ ଯିବା ପାଇଁ ରାଜି ନଥିଲା।ଯେତେବେଳେ ତାକୁ ଲାଗିଲା ଯେ ଗହଣା ନେବାର କୌଣସି ଆଶା ନାହିଁ। ତ ସେତେବେଳେ ସିଏ ସେ ବେପାରୀ କୁ ଧମକ୍ ଦେଇକି କହିଲା:ମୁଁ ସେତେବେଳ ପର୍ଯ୍ୟନ୍ତ ଶାନ୍ତିରେ ରହିବିନି ଯେତେବେଳ ପର୍ଯ୍ୟନ୍ତ ମୋତେ ମୋ ଗହଣା ମିଳିଯାଇନି। ଆଉ ମୁଁ ତୁମକୁ ବଦନାମ୍ ନ କଲାପର୍ଯନ୍ତ ଏଠୁ ଯାଉନି।

ଆଗେ ତମେ ମୋ ଗହଣା ମୋତେ ଦିଅ ନହେଲେ ତା’ର ଦାମ୍ ମୋତେ ଦିଅ।ସମାଧାନ ତମ ହାତରେ ଅଛି।

ବେପାରୀ କହିଲା: ତମକୁ ଯାହା କରିବାର ଅଛି କର ମୁଁ କାହାର ଗହଣା ଚୋରିକରିନି ତ ମୁଁ କାହିଁକି କାହା ପାଇଁ କିଛି କରିବି।ଲଢେଇ ବଢିବାରୁ ବେପାରୀ ଆଉ ଚୋର ରାଜାଙ୍କ ଦରବାରରେ ଯାଇ ପହଞ୍ଚିଲେ।ଆଉ ତାଙ୍କୁ ନ୍ୟାୟ ବିଚାର କରିବା ପାଇଁ ଅନୁରୋଧ କଲେ।ସବୁଦିନ ଭଳି ରାଜା ଆକବର୍ ଏ ସମସ୍ୟା କୁ ବି ବିର୍ବଲ୍ ହାତରେ ଧରେଇଦେଲେ ବିର୍ବଲ୍ ବେପାରୀକୁ ଡାକିବା ପାଇଁ ପଠେଇଲା ଆଉ ଯେତେବେଳେ ବେପାରୀ ଆସିଲା । ସେତେବେଳେ ବିର୍ବଲ୍ ବେପାରୀକୁ ପଚାରିଲେ ତମେ କୁହ କଣ ସବୁ ହେଇଥିଲା। ସିଏ ବୁଝିଲା କି ଚୋର ଦୁଇଜଣ ବେପାରୀ କୁ ଧୋକା ଦେବାପାଇଁ ଚେଷ୍ଟା କରୁଥିଲେ।

ବୀର୍ବଲ୍ ଚୋରକୁ ଡାକିଲେ ଆଉ କହିଲେ: ତମେ ଦିଜଣ ବେପାରୀ ପାଖରୁ ଗହଣା ନେବା ପାଇଁ ଏକାସାଙ୍ଗରେ ଆସିବାର ଥିଲା।ତାହାଲେ ତମେ ଏକୁଟିଆ କାହିଁକି ଆସିଲ ? ନିଜ ସାଙ୍ଗକୁ ନିଜ ସାଙ୍ଗରେ ଆଣ।ସେତେବେଳେ ଆମେ ଦେଖିବୁ କି ଗହଣା ତମର କି ନାହିଁ।ଏବେ ଦିତୀୟ ଚୋରକୁ ଅଦାଲତ କୁ ଆଣିବା ପ୍ରଥମ ଚୋର ପାଖରେ ସମ୍ଭବ ନଥିଲା।ତ ସିଏ ତା ମୁଣ୍ଡକୁ ତଳକୁ କରିଦେଲା।ଆଉ ଦରବାର ବାହାରକୁ ଯିବା ପାଇଁ ଆଗକୁ ବଢିଲା। ବୀର୍ବଲ୍ ପାଟି କରିକି କହିଲା: ରୁହ ! ମୁଁ ତୁମକୁ ଅଦାଲତରେ ମିଛ କହିଥିବାରୁ ଦୁଇ ବର୍ଷ ପାଇଁ ଦଣ୍ଡ ଦେଉଛି। ଏମିତି ଭ ଆରେ ସେ ଚୋରକୁ ଦଣ୍ଡ ମିଳିଲା ।ଆଉ ସେ ବେପାରୀ ଜଣକ ଖୁସିରେ ଖୁସିରେ ନିଜ ଘରକୁ ଫେରିଗଲା।

ଆଶା କରୁଛୁ କି ଆପଣଙ୍କୁ ଏଇ କାହାଣୀଟି ପସନ୍ଦ ଆସିବ ।

Download Story In PDF

Download Story For Free

Print The Story/Page

Leave a Reply

Your email address will not be published. Required fields are marked *

Back to top button