ବୃଦ୍ଧ ମହିଳା ଓ ସନ୍ୟାସୀ (Old Women and Sant)

ଅନେକ ଦିନ ତଳ ଗୋଟିଏ ଗାଁ ରେ ଜଣେ ଗରିବ ମହିଳା ଥିଲେ । ଯିଏ କି ଅନ୍ୟ ଲୋକମାନଙ୍କ ପାଇଁ ରୋଷେଇ କରିକି ନିଜର ପେଟ ପୋଷୁଥିଲା । ସେ ନିଜ ପରିଶ୍ରମରୁ ରୋଜଗାର କରୁଥିବା ପଇସାରୁ ଅଳ୍ପ ପଇସା ସଞ୍ଚୟ କରି ରଖୁଥିଲା । ଯେମିତିକି ସିଏ ତା’ର ବୃଦ୍ଧାବସ୍ଥା ରେ ସେ ପଇସାକୁ ବ୍ୟବହାର କରିପାରିବ।ସେ ସବୁ ପଇସା ତା ପାଇଁ ନିଜ ଜୀବନ ଠାରୁ ବି ଅଧିକ ମୂଲ୍ୟବାନ ଥିଲା ।

କିଛି ବର୍ଷ ପରେ ସହରର କିଛି ଲୋକ ତୀର୍ଥ ଯାତ୍ରା କରିବାକୁ ଯିବା ପାଇଁ ନିଷ୍ପତ୍ତି ନେଲେ ।
ମହିଳା ଜଣକ ଭାବିଲେ ଯେତେବେଳେ ଏ ଲୋକମାନେ ଯାଉଛନ୍ତି ତ ମୁଁ ବି ଏମାନଙ୍କ ସାଙ୍ଗରେ ଚାଲିଯାଉଛି । ମୋ ପାଇଁ ଏହା ଏକ ଭଲ ସୁଯୋଗ । କିନ୍ତୁ ସିଏ ତା’ର ସଞ୍ଚୟ କରି ରଖିଥିବା ପଇସା ପାଇଁ ଚିନ୍ତିତ ଥିଲା । ନିଜର ଏତେ ପରିଶ୍ରମ କରି ରଖିଥିବା ପଇସା ର କ’ଣ କରିବ ।

ତୀର୍ଥ ଯାତ୍ରା କୁ ନିଜ ସହିତ ସେ ସବୁ ପଇସା ନେଇଯିବା ଉଚିତ୍ ନଥିଲା।କାରଣ ସେଠି ଚୋରି ମାନଙ୍କ ଭୟ ଥିଲା।ସେଥିପାଇଁ ସେ ଜାଣିପାରୁନଥିଲା ଯେ ସିଏ ସେ ପଇସା କୁ କେମିତି ସୁରକ୍ଷିତ ସ୍ଥାନରେ ରଖିବ ?

ସେ ସହରର ଏକ ଆଶ୍ରମରେ ଜଣେ ସନ୍ନ୍ୟାସୀ ରହୁଥିଲେ। ମହିଳା ଜଣକୁ ପୁରା ବିଶ୍ୱାସ ଥିଲା ଯେ ତା’ର ସେ ପଇସା ସେ ପବିତ୍ର ସନ୍ନ୍ୟାସୀଙ୍କ ପାଖରେ ସୁରକ୍ଷିତ ରହିବ। ତ ସେ ମହିଳା ଜଣକ ସେ ସନ୍ନ୍ୟାସୀଙ୍କ ପାଖକୁ ଗଲେ ଆଉ ତାଙ୍କୁ ନିଜ ସମସ୍ୟା ବିଷୟରେ କହିଲେ। ସେ ମହିଳା ଜଣକ କଥା ସନ୍ନ୍ୟାସୀ ଜଣକ ଶୁଣିଲେ ଆଉ କହିଲେ:- ଆରେ ଝିଅ ! ତୁମେ ମୋତେ ଏମିତିକା ସାଂସାରିକ ଜିନିଷରେ ବନ୍ଧିବାକୁ ଚେଷ୍ଟା କାହିଁକି କରୁଛ ? ମୋ ପାଇଁ ତ ସୁନା ଆଉ ମାଟି ର ମୂଲ୍ୟ ସମାନ।
ତୁମେ ନିଜ ଧନକୁ ନିଜ ପାଖରେ ହିଁ ରଖ।

ଏହା ସୁଣିକି ସେ ମହିଳା ଜନକ ଆହୁରି ସୁନିଶ୍ଚିତ ହେଇଗଲେ ଯେ କି ସିଏ ଭଲ ଲୋକଙ୍କ ପାଖକୁ ହିଁ ସାହାର୍ଯ୍ୟ ପାଇଁ ଯାଇଛନ୍ତି। ପର ଦିନ ସେ ମହିଳା ଜଣକ ପଇସା ନେଇକି ସେ ସନ୍ନ୍ୟାସୀ ଙ୍କ ପାଖକୁ ପୁଣି ଗଲେ ଆଉ ସିଏ ସେ ପଇସାକୁ ଗୋଟେ ବ୍ୟାଗ୍ ରେ ରଖିଦେଲେ ଆଉ ସନ୍ନ୍ୟାସୀ ଜଣକୁ ଅନୁରୋଧ କଲେ ଯେ ସିଏ ତା’ କୁ ସାହାର୍ଯ୍ୟ କରିବେ।

ପ୍ରଥମ ଥର ତ ସନ୍ନ୍ୟାସୀ ଜଣକ ତାକୁ ମନା କରିଦେଲେ।କିନ୍ତୁ ଯେତେବେଳେ ସେ ମହିଳା ଜଣକ ମିନତି କରୀକି ଅନୁରୋଧ କଲା ତା ତାଙ୍କୁ ସେ ମହିଳା ଜଣକୁ ସାହାର୍ଯ୍ୟ କରିବା ପାଇଁ ହିଁ ପଡ଼ିଲା । ଆଉ ସେ ସନ୍ୟାସୀ ଜଣକ କହିଲେ:- ମୁଁ ଆପଣଙ୍କ ପଇସା କୁ ହାତ ଲଗେଇବି ନାହିଁ ଆପଣ ନିଜେ ହିଁ ନିର୍ଣ୍ଣୟ କରନ୍ତୁ ଯେ ସେ ସବୁ ପଇସା କୁ କେଉଁଠାରେ ରଖିବା ଆବଶ୍ୟକ।ଆପଣ ସେ ଜାଗାରେ ନିଜେ ସେ ପଇସା ରଖିଥିବା ବ୍ୟାଗ୍ ଟିକୁ ପୋତି ଦିଅନ୍ତୁ।

ମହିଳା ଜଣକ ସାବଧାନ ହେଇକି ଗାତ ଖୋଳିଲା ଆଉ ସେ ବ୍ୟାଗ୍ ଟିକୁ ପୋତିଦେଲା ।ପୁଣି ସେ ଶାନ୍ତିରେ ତୀର୍ଥ ଯାତ୍ରା ପାଇଁ ବାହାରିଗଲା।କିଛିଦିନ ପରେ ସେ ତୀର୍ଥ ଯାତ୍ରା ରୁ ପୁଣି ସହରକୁ ଫେରିଲା।ସେ ସିଧା ସେ ସନ୍ନ୍ୟାସୀଙ୍କ ଆଶ୍ରମକୁ ଯାଇକି ପହଞ୍ଚିଲେ।ଆଉ ତାଙ୍କୁ ସିଏ ସେ ପଇସା ବିଷୟରେ ପଚାରିଲେ।

ସନ୍ନ୍ୟାସୀ ଜଣକ କହିଲେ:- ମୋତେ ଏଥିରେ କୌଣସି ନେଣ ଦେଣ ନାହିଁ ଏସବୁ ଆପଣଙ୍କ ପଇସା ଥିଲା ଆପଣ ୟାକୁ ନିଜେ ନେଇପାରିବେ। ସେ ମହିଳା ଜନକ ଆଶ୍ରମର ସେ କୋଣ କୁ ଗଲା ଯୋଉଠି ସିଏ ପଇସା ବ୍ୟାଗ୍ ପୋତି ଥିଲା।ଆଉ ସେଠି ମାଟି ଖୋଳିବାକୁ ଲାଗିଲା କିନ୍ତୁ ତା ବ୍ୟାଗ୍ ସେଠୀ ଆଉ ନଥିଲା। ତାକୁ ବିଶ୍ୱାସ ହିଁ ହେଉନଥିଲା ଯେ ତା ‘ ର ସବୁ ପରିଶ୍ରମ ର ରୋଜଗାର କେମିତି ଉଭାନ ହେଇଗଲା।

ସିଏ ସନ୍ନ୍ୟାସୀ ଜଣକୁ ଯାଇକି କିଛିବି କହିପାରୁନଥିଲା। କାହିଁକି ସେ ଆରମ୍ଭରୁ ହିଁ ସଚେତନ କରିଦେଇଥିଲେ ଯେ ତାଙ୍କୁ ସେ ମହିଳା ଜଣକ ପଇସାରେ କିଛିବି ଲେନ୍ ଦେନ୍ ନାହିଁ। ସେ ମହିଳା ଜଣକ ବହୁତ୍ ଚିନ୍ତିତ ହେଇଗଲା।ଆଉ ଭାବିବାକୁ ଲାଗିଲା ଯେ ସିଏ ଏବେ କଣ କରିବ।ଭାବି ଭାବି ସେ ଗରିବ ମହିଳା ଜଣକ ନିଜ ଘରକୁ ପଳେଇଲା। କିନ୍ତୁ ସବୁକିଛି ହରେଇବା ପରେ ସେ ଚୁପ୍ ଚାପ୍ କେମିତି ବସିପାରିଥାନ୍ତା। ବହୁତ୍ ଚିନ୍ତା କରିବା ପରେ ସେ ବିର୍ବଲ୍ ପାଖକୁ ଗଲା। ଆଉ ବିର୍ବଲ୍ ଙ୍କୁ ନିଜର ସବୁ ଘଟଣା ଗୋଟି ଗୋଟି କରି କହିଲା।

ବିର୍ବଲ ତାର ସବୁ କଥାକୁ ଧ୍ୟାନର ସହିତ ଶୁଣିଲେ।ଆଉ ସେ ମହିଳା ଜଣକୁ କିଛି ସମୟ ରହିବାକୁ କହିଲେ। ଆଉ ସେ ସମୟ ଭିତରେ ବିର୍ବଲ ନିଜ ଚାକର କୁ ଡାକିଲେ ଆଉ ତାକୁ ଗୋଟେ ଗହଣା ଭର୍ତି ହୋଇଥିବା ବ୍ୟାଗ୍ ଦେଇକି କହିଲେ ଶୁଣ ତୁମେ ସେ ସନ୍ନ୍ୟାସୀ ପାଖକୁ ଯାଓ ଆଉ ତାକୁ କହିବ ଏ ସବୁ ଗହଣା ମୋ ଭାଇଙ୍କର ଯିଏ କି ବିଦେଶ ଯାଇଛନ୍ତି। ସେ ଦୁଇରୁ ତିନି ଦିନ ଭିତରେ ଏଠିକି ଆସବେ ତୁମକୁ ଗୋଟେ ଜରୁରୀ କାମ ପଡ଼ିଛି ଯାହା ପାଇଁ ତୁମକୁ ସହରରୁ ବାହାରକୁ ଯିବାକୁ ପଡିବ। ସେଥିପାଇଁ ଏ ସବୁ ଗହଣା କୁ ସୁରକ୍ଷିତ ରଖିବା ପାଇଁ ସନ୍ନ୍ୟାସୀ ଜନକ ଏ ସବୁ ଗହଣା କୁ ନିଜ ପାଖରେ ରଖିବେ ।

ପରେ ବିର୍ବଲ୍ ସେ ମହିଳା ଜଣକୁ ଡାକିଲେ ଆଉ କହିଲେ ଯେତେବେଳେ ମୋ ଚାକର ଆଉ ସନ୍ନ୍ୟାସୀ ଜନକ କଥାବାର୍ତ୍ତା ରେ ବ୍ୟସ୍ତ ରହିଥିବେ ତ ସେତେବେଳେ ତୁମେ ସନ୍ନ୍ୟାସୀ ଙ୍କର ଆଶ୍ରମରେ ପ୍ରବେଶ କରି କି ତାଙ୍କୁ ନିଜ ପଇସା ମାଗିନେବ । ବିର୍ବଲ୍ ର କହିବ ଅନୁସାରେ ଚାକର ଜଣକ ଗହଣା ରେ ଭର୍ତି ସେଇ ବ୍ୟାଗ୍ ଟିକୁ ନେଇକି ସନ୍ନ୍ୟାସୀ ଜଣକ ପାଖକୁ ଗଲା।।

ପ୍ରଥମେ ତ ସନ୍ନ୍ୟାସୀ ଜଣକ ସେ ଗହଣା ଗୁଡ଼ିକୁ ନିଜ ପାଖରେ ରଖିବା ପାଇଁ ମନା କରିଦେଲେ। ଚାକର ଟି ସନ୍ନ୍ୟାସୀ ଜଣକୁ ବହୁତ୍ ମନେଇବା ପାଇଁ ଚେଷ୍ଟା କଲା।ସେତେବେଳେ ଯେମିତିକି ପ୍ରଥମରୁ ନିର୍ଣ୍ଣୟ କରାଯାଇଥିଲା ମହିଳା ଜନକ ଆଶ୍ରମକୁ ଆସିଲା ଆଉ ସନ୍ୟାସୀ ଜଣକୁ ନିଜ ପଇସା ମାଗିବାକୁ ଲାଗିଲା। ମହିଳା ଜଣକୁ ଦେଖିକି ସନ୍ନ୍ୟାସୀ ଜଣକ ଡରିଗଲେ।ଆଉ ଭାବିବାକୁ ଲାଗିଲେ ଯଦି ଚାକର ଟିକୁ ଏ ସବୁ ବିଷୟରେ ଜଣା ପଡ଼ିବ ତାହାଲେ ସେ ଗହଣା ଭର୍ତି ବ୍ୟାଗ୍ ଟି ନିଜ ସାଙ୍ଗରେ ନେଇଯିବ ।

ତାପରେ ସେ ସନ୍ନ୍ୟାସୀ ଜନକ ବିନମ୍ରତା ର ସହିତ ସେ ମହିଳା ଜଣଙ୍କୁ କହିଲେ;- ଝିଅ ! ଭଲ ହେଲା ଯେ ତୁମେ ଆସିଗଲ।ତୁମେ ତମ ବ୍ୟାଗ୍ ଟିକୁ ଅନ୍ୟ କୋଉଠି ପୋତିଥିଲ । ଆଉ ତାକୁ ଆଉ କୋଉଠି ଖୋଜୁଥିଲ । ସେ ମହିଳା ଜଣକୁ ସନ୍ନ୍ୟାସୀ ର ବ୍ୟବହାର ବଦଳିବା ଭଳି ଲାଗିଲା।ସେ ଏହି କଥାରେ ବହୁତ୍ ଆଶ୍ଚର୍ଯ୍ୟ ଥିଲା।

ସନ୍ନ୍ୟାସୀ ଜଣକ କହିଲେ ;- କୃପା କରିକି ଠିକ୍ ଜାଗାରେ ନିଜ ବ୍ୟାଗ୍ ଟିକୁ ଖୋଜ । ଆଉ ଏହା ଦେଖିକି ସେ ପଥର ଆଡ଼କୁ ଇସାରା କଲେ ।ମହିଳା ଜଣକ ସନ୍ନ୍ୟାସୀଙ୍କ କହିବା ଅନୁସାରେ ସେହି ଜାଗାକୁ ଖୋଳିବା ଆରମ୍ଭ କଲେ। ତ ତାକୁ ତାର ବ୍ୟାଗ୍ ଆଉ ପଇସା ଦି ଟା ଯାକ ମିଳିଗଲା। ସେ ସବୁ ନେଇକି ସେ ସିଧା ବିର୍ବଲ୍ ପାଖକୁ ଦୌଡ଼ିକି ପଳେଇଲା।

ଯେତେବେଳେ ବିର୍ବଲ୍ ଦେଖିଲା ଯେ ସେ ମହିଳା ଜଣକୁ ତା’ ପଇସା ଫେରସ୍ତ ମିଳିଯାଇଛି ତ ସିଏ ତାଙ୍କ ଅନ୍ୟ ଗୋଟିଏ ଚାକର କୁ ସେ ସନ୍ନ୍ୟାସୀଙ୍କ ଆଶ୍ରମକୁ ପଠାଇଲେ।ଆଉ ତାକୁ କହିଲେ କୁ ସେଠି କଣ କହିବାର ଅଛି। ସେ ଚାକରଟି ସେଠି ଆଶ୍ରମରେ ଯାଇକି ପହଞ୍ଚିଲା ଆଉ ସିଏ ପ୍ରଥମ ଚାକରଟି କୁ କହିଲା ;- ଶୁଣ ଭାଇ ତୁମ ଭାଇ ଅଚାନକ୍ ବିଦେଶ ରୁ ଆସିଯାଇଛନ୍ତି ଆଉ ତୁମର ଅପେକ୍ଷା କରିଛନ୍ତି। ନିଜ ସାଙ୍ଗକୁ ଦେଖିକି ପ୍ରଥମ ଚାକର ଟି ବୁଝିଗଲା କି ବିର୍ବଲ୍ ହିଁ ତାକୁ ପଠେଇଥିବେ। ଆଉ ସେ କହିଲା କ’ଣ ସେ ଆସିଗଲା। ଭଲ ହେଲା ଭାଇ ମୋର ବି ଗୋଟେ ବହୁତ୍ ବଡ଼ ଚିନ୍ତା ଗଲା।ଆଉ ଏବେ ଆମକୁ ସନ୍ନ୍ୟାସୀ ଜଣକୁ ବିରକ୍ତ କରିବାକୁ ପଡ଼ିବନି।

ତାପରେ ଦିଜଣ ଯାକ ମିଶି ବିର୍ବଲ୍ ଦେଇଥିବା ଗହଣା ବ୍ୟାଗ୍ ଟିକୁ ଧରିଲେ ଆଉ ସେ ଆଶ୍ରମରୁ ଚାଲିଗଲେ। ଏମିତି ଭାବରେ ସେ ମହିଳା ଜଣକୁ ନିଜ ପଇସା ଫେରସ୍ତ ମିଳିଗଲା ଆଉ ସେ ସନ୍ୟାସୀ ର ହାତରେ ବି କିଛି ରହିଲାନି।

ଆଶା କରୁଛୁ ଯେ ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଥିବ।

Leave a Comment