କେହି ଜଣେ ସତ କହିଛନ୍ତି “Laughter Is The Best Medicine” ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ । ଯେଉଁ ଲୋକମାନେ ଚିନ୍ତିତ କିମ୍ବା ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ ମେଡ଼ିସିନ ଭଳି କାମ କରିଥାଏ । ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ ।

ସ୍ତ୍ରୀ- ଆରେ ଶୁଣୁଛ ମୋତେ ଗୋଟେ ନୂଆ ଶାଢୀ ଦରକାର ।
ସ୍ଵାମୀ- ହେଲେ ତୁମର ଆଲମାରିରେ ତ ଶାଢୀ ଭରି ହୋଇ ରହିଛି ।
ସ୍ତ୍ରୀ- ଆରେ ସେ ସବୁ ଶାଢୀତ ଆମ ଗଳିର ସମସ୍ତ ମହିଳା ମାନେ ଦେଖିସାରିଛନ୍ତି ।
ସ୍ଵାମୀ- ତା ହେଲେ ଶାଢୀ କିଣିବା କଣ ଦରକାର ଚାଲ ଗଳି ବଦଳାଇ ଦେବା ।
ଗୋଟେ ମହିଳା ପଣ୍ଡିତ ପାଖକୁ ଯାଇ ଘରକୁ ସୁଖ ସମୃଦ୍ଧି କରିବାର ଉପାୟ ବିଷୟରେ ପଚାରିଲା…
ପଣ୍ଡିତ- ଝିଅ, ତମେ ପ୍ରଥମ ରୁଟି ସବୁବେଳେ ଗାଈକୁ ଖାଇବାକୁ ଦିଅ ଓ ଶେଷ ରୁଟି ସବୁବେଳେ କୁକୁରକୁ ଖାଇବାକୁ ଦିଅ ।
ମହିଳା- ହଁ ବାବା, ମୁ ସବୁବେଳେ ଏହା ହିଁ କରେ । ମୁ ପ୍ରଥମ ରୁଟିକୁ ନିଜେ ଖାଇ ଦିଏ ଓ ଶେଷ ରୁଟି ମୋ ସ୍ଵାମୀକୁ ଖାଇବାକୁ ଦିଏ ।

ସ୍ତ୍ରୀ- ଆରେ ଜାଣିଛ, ସ୍ଵର୍ଗରେ ସ୍ତ୍ରୀ ମାନଙ୍କୁ ସ୍ଵାମୀଙ୍କ ସହ ରହିବା ପାଇଁ ଦିଅନ୍ତି ନାହିଁ ?
ସ୍ଵାମୀ- ହଁ ତମେ ଠିକ ଜାଣିଛ ଏହା ବିଷୟରେ ।
ସ୍ତ୍ରୀ- ଏମିତି କାହିଁକି ?
ସ୍ଵାମୀ- ଆରେ, ସେଥିପାଇଁ ତ ତାକୁ ସ୍ଵର୍ଗ କୁହାଯାଇଥାଏ ।
ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,
ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।
ସ୍ଵାମୀ- ତା ହେଲେ ?
ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?
ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

ଶାଳି- ଆଛା ଜିଜୁ ଗୋଟେ କଥା କହିଲ…
ଜିଜୁ- ହଁ ପଚାରୁନ
ଶାଳି- ଶଶୁର ଘରେ ଜ୍ଵାଇଁଙ୍କୁ କାହିଁକି ସମସ୍ତେ ଅଧିକ ସମ୍ମାନ ଦିଅନ୍ତି ।
ଜିଜୁ- କାରଣ ଶଶୁର ଘର ଲୋକ ଭଲ ଭାବରେ ଜାଣିଛନ୍ତି, ମୁ ସେହି ମହାନ ମଣିଷ ଅଟେ ଯିଏ ତାଙ୍କ ଘରର ତୁଫାନକୁ ସମ୍ଭାଳି ରଖିଛି ।
ପପୁ ଚାକିରି ପାଇଁ ଇଣ୍ଟର୍ବ୍ୟୁ ଦେବାକୁ ଗଲା…
ଇଣ୍ଟର୍ବ୍ୟୁ ନେଇଥିବା ଲୋକ ପଚାରିଲା- ଆପଣ କେତେକ ବଡ ରିକ୍ସ ନେଇପାରିବେ ?
ପପୁ- ସାର, ମୁ ମୋର ଆସୁଥିବା ଜନ୍ମ ପାଇଁ ମଧ୍ୟ ମୋର ଏହି ସ୍ତ୍ରୀକୁ ମାଗିଛି ।
ଇଣ୍ଟର୍ବ୍ୟୁ ବାଲା ଚାକିରି ଦେବା ସହିତ ପ୍ରମୋଶନ ବି ଦେଲା ।

ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପି-ଟି-ବାକୁ ଲାଗିଲା ଏବଂ କହିଲା
ମାଆ- ମୁଁ ତତେ ଏଥିପାଇଁ ମା-ରୁ-ନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମା-ରୁ-ଛି କି ତୁ…
ଆଜି ପୁଣି ମ-ଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ !
