Odia Jokes

ଓଡ଼ିଆ ହସ କଥା (Odia Hasha Katha)

କେହି ଜଣେ ସତ କହିଛନ୍ତି “Laughter Is The Best Medicine” ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ । ଯେଉଁ ଲୋକମାନେ ଚିନ୍ତିତ କିମ୍ବା ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ ମେଡ଼ିସିନ ଭଳି କାମ କରିଥାଏ । ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।  ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ ।

Odia Hasa Katha

ସାନ୍ତା- ସକାଳୁ ସକାଳୁ ପଡୋଶିନୀ କହୁଥିଲେ ଯେ ମୋର ପେଟରେ ମୂଷା ଦଉଡୁଛି…

ବାନ୍ତା- ତାପରେ ତୁମେ କଣ କଲ?

ସାନ୍ତା- ମୁଁ ତାଙ୍କୁ ମୂଷା ମାରିବାର ଔଷଧ ଦେଇଦେଇଛି ।

ଦୁଇଘଣ୍ଟା ହେବ ସୋଇଛି, ଧନ୍ୟବାଦ ମଧ୍ୟ କହି ନାହିଁ ….!!!


ସୋନୁ ସ୍କୁଲକୁ ଗଧ ନେଇକି ଆସିଲା ।

ଶିକ୍ଷକ- ଏହାକୁ କାହିଁକି ଆଣିଛୁ?

ସୋନୁ- ମାଡାମ, ଆପଣ ହିଁ ତ କୁହନ୍ତି ଯେ ମୁଁ ବଡ ରୁ ବଡ ଗଧଙ୍କୁ ମଣିଷ କରିଦେଇଛି….

ତ ମୁଁ ଭାବିଲି ଯେ ଏହାର ମଧ୍ୟ ଭଲ ହୋଇଯାଉ ।


ଶିକ୍ଷକ- ଝିଅମାନେ ଯଦି ପରଧନ ଅଟନ୍ତି ତ ପୁଅ ମାନେ କଣ ହୋଇଥାନ୍ତି?

ପପ୍ପୁ- ସାର ପୁଅମାନେ ଚୋର ଅଟନ୍ତି!

ଶିକ୍ଷକ – ତାହା କିପରି?

ପପ୍ପୁ- କାରଣ, ଚୋର ଙ୍କର ଦ୍ରୁଷ୍ଟି ସବୁବେଳେ ପରଧନ ଉପରେ ଥାଏ….!!!

Odia Hasa Katha

ପୁଅ ନିଜର ପ୍ରେମକା କୁ ।

ପୁଅ- କିଛି ଏପରି ଉପହାର ଦିଅ ଯାହାକୁ ମୁଁ ସମ୍ଭାଳି କରି ରଖିପାରିବି।

ଝିଅ ନିଜର ଚପଲ ର ତଳ (ସୋଲ) ଦେଇଦେଲା… ।

ପୁଅ ସେହି ସୋଲ ନେଇକି ବଣିଆ ପାଖକୁ ଗଲା ଏବଂ କହିଲା ଯେ ରୂପା ଫ୍ରେମ ବନେଇକି ସେଥିରେ ଲଗେଇ ଦିଅ…. ।

ବଣିଆ- ସାର କାଲି ଆସି ନେଇଯିବେ । ଆସନ୍ତା ଦିନ ପୁଅ ସୋଲ ନେବାକୁ ଆସିଲା ତ ବଣିଆକୁ ପଚାରିଲା… ।

ବଣିଆ- ଏହି ଚପଲ କେଉଁ ବାବାଙ୍କର ଅଟେ?

ପୁଅ- ଏହା ମୋର ପ୍ରେମିକାର ଅଟେ।

ବଣିଆ- ପଳା ଏଠୁ ଶଳା ମଜନୂ ପୁଅ |

କାଲି ଠାରୁ ମୋର ସାରା ପରିବାର ଚପଲ କୁ ଚୁମା ଦେଇ ଦେଇ ପାଗଳ ହେଇ ଗଲାଣି ।


ବିବାହର ଏକ ଦିନ ପୂର୍ବରୁ ଭାବୀ ପତ୍ନୀଙ୍କର ମେସେଜ ଆସିଲା… ।

“ସରି ଆମର ବିବାହ ହୋଇପାରିବ ନାହିଁ କାରଣ ଅନ୍ୟ କେଉଁଠାରେ ଫିକ୍ସ ହେଇଯାଇଛି” ।

ବର ଟେନସନରେ ଆସିଗଲା… ।

ତାପରେ ଦ୍ଵିତୀୟ ମେସେଜ ଆସିଲା… “ସରି ବାଇ ମିଷ୍ଟେକ ଆପଣଙ୍କୁ ସେଣ୍ଡ ହେଇଗଲା” ।

ବର ଏବେ ଆହୁରି ଟେନସନରେ!!


ଜଣେ ଚତୁର ମହିଳା ଫେସବୁକରେ ଲେଖିଲେ… ।

ମନକୁ ବଶରେ କରିବା ସିଖୁଛି ଆଜିକାଲି… ।

ଶିମଳା ଯିବାକୁ ମନ ହେଉଛି ତ ସିମଳା ମିର୍ଚ ଖାଇ ଦେଉଛି, ମସୁରୀ ଯିବାର ଇଚ୍ଛା ହେଉଛି ତ ମସୁରି ଡାଲି ଖାଇଦେଉଛି ….ଏବଂ ଉଦ୍ଧମପୁର ଯିବାର ଇଚ୍ଛା ହେଉଛି ତ ଘରେ ଉଦ୍ଧମ ମଚେଇ ଦେଉଛି… |

Odia Hasa Katha

ସାଙ୍ଗ- ପତ୍ନୀ ସହିତ ଝଗଡା ଶେଷ ହେଲା କି ।

ସ୍ଵାମୀ- ଆଣ୍ଠେଇକି ଚାଲିକି ଆସିଥିଲା ମୋ ପାଖକୁ… ଆଣ୍ଠେଇକି… ।

ସାଙ୍ଗ- କଣ କହୁଛୁ ରେ ।

ସ୍ଵାମୀ- ଆଉ ନୁହେଁ ତ କଣ… ।

ସାଙ୍ଗ- ତାପରେ କଣ କହିଲା ।

ସ୍ଵାମୀ- କହିଲା ପଲଙ୍କ ତଳୁ ବାହାରକୁ ଆସ… ମୁଁ ଝାଡୁ ରଖିଦେଇଛି… ଏବେ ମାରିବି ନାହିଁ… |


ସ୍ଵାମୀ- କଣ ତୁମେ ମୋର ଜୀବନର ଚାନ୍ଦ ହେବ?

ପତ୍ନୀ- ଖୁସି ହୋଇ)- ହଁ ସ୍ଵାମୀ…!

ସ୍ଵାମୀ- ବହୁତ ଭଲ, ତ ମୋଠାରୁ 384000 କିଲୋମିଟର ଦୂରରେ ରୁହ…!!!

ତାପରେ ସ୍ଵାମୀଙ୍କର ହେଇଛି ଜୋରଦାର ମାଡ…!!!


ଝିଅ ଏଟିଏମ ପାଖରେ ପପ୍ପୁ କୁ କହିଲା… ।

ଭାଇ ମୋତେ ମୋର ବାଲାନ୍ସ ଚେକ କରିବାର ଅଛି, ଆପଣ ମୋର ସହାୟତା କରନ୍ତୁ।

ପପ୍ପୁ ଝିଅକୁ ଏକ ଜୋରରେ ଲାତ ମାରିଲା… ଝିଅ ପଡିଗଲା!

ପପ୍ପୁ (ଝିଅ କୁ)- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଟେ…!!!

ତାପରେ ଝିଅ ପପ୍ପୁକୁ ଜବରଦସ୍ତ ମାଡ ଦେଲା ।


ସ୍କୁଲରୁ ଆସିବା ପରେ ପପ୍ପୁ ନିଜର ବାପାଙ୍କୁ କହିଲା… ।

ପପ୍ପୁ- ବାପା ମୋତେ ମାଡାମ ପ୍ରତିଦିନ ପିଟୁଛନ୍ତି ।

ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ!

ପପ୍ପୁ- ମାଡାମ ମଧ୍ୟ ଏହା କହୁଛନ୍ତି ।

ବାପା – କଣ?

ପପ୍ପୁ- କେଜାଣି କେଉଁ ପଶୁର ପୁଅ ଅଟେ… କିଛି ପଢୁନାହିଁ… |

Odia Hasa Katha

Download Story In PDF

Download Story For Free

Print The Story/Page

Back to top button