Akbar And Birbal Story In Odia

ବାହାଦୂର ସୈନିକ ର ଖଣ୍ଡା (The Sword Of A Brave Soldier) (Bahadur Sainika Ra Khanda)

ଥରେ ଅନ୍ୟ ରାଜ୍ୟ ସହିତ ଆକବର୍ ଙ୍କ ର ଲଢେଇ ଚାଲିଥିଲା ବେଳେ ଆକବର୍ ଙ୍କ ର ଜଣେ ସାହାସୀ ସୈନିକ କୁ ନିଜ ଜୀବନ ଦେବାକୁ ପଡିଥିଲା । ସେ ମରିଯିବା ପରେ ତା’ର ବୁଢ଼ୀ ସ୍ତ୍ରୀ ବହୁତ୍ ଗରିବ ହେଇଗଲା । ଆଉ ସେ ଯେମିତି ହେଲେ କଷ୍ଟରେ ନିଜର ଭରଣପୋଷଣ କରୁଥିଲା।

ଯେତେବେଳ ବିର୍ବଲ୍ କୁ ଏ କଥା ଜଣାପଡିଲା ତ ତାକୁ ବହୁତ୍ ଦୁଃଖ ଲାଗିଲା ଆଉ ସିଏ ସେ ବୁଢ଼ୀ ସ୍ତ୍ରୀ ଲୋକଟି ପାଖକୁ ଗଲେ।ଆଉ କହିଲେ:- ବୁଢ଼ୀ ମା’ ଆପଣଙ୍କ ପାଖରେ ତ ଆପଣଙ୍କ ବାହାଦୂର ସ୍ବାମୀଙ୍କର ପୁରୁଣା ଜଙ୍ଗଲର ଖଣ୍ଡା ଆପଣଙ୍କ ପାଖରେ ତ ନିଶ୍ଚୟ ଥିବ।ଆପଣ ଆସନ୍ତା କାଲି ସେ ଖଣ୍ଡା କୁ ନେଇକି ମହଲକୁ ଆସିବେ।ଏହା ଶୁଣି ସେ ବୁଢ଼ୀ ସ୍ତ୍ରୀ ଲୋକଟି ଆଶ୍ଚର୍ଯ୍ୟ ହେଇଗଲା ଆଉ ତା’ର ଆଶ୍ଚର୍ଯ୍ୟ ହେବାର ଦେଖିକି ବିର୍ବଲ୍ ପୁଣି କହିଲା ;- ଯେମିତି ମୁଁ କହୁଛି ଆପଣ ସେମିତି ହିଁ କରିବେ। ଆଉ ଖଣ୍ଡା ସହିତ କାଲି ଆକବର୍ ଙ୍କ ଦରବାରକୁ ଆସିଯିବେ। ବୁଢ଼ୀ ସ୍ତ୍ରୀ ଲୋକ ଜଣକ ବିର୍ବଲ୍ ଙ୍କ କଥାରେ ହଁ କହି ମୁଣ୍ଡ ହଲେଇଲା।

ପରଦିନ ସକାଳେ ବିର୍ବଲ୍ କହିବା ଅନୁସାରେ ସିଏ ଦରବାରକୁ ଆସିଲା। ତା’ପରେ ସିଏ ବାତ୍ସା ଆକବର ଙ୍କ ଆଗରେ ଖଣ୍ଡା ରଖିଲା ଆଉ କହିଲା: ମଣିମା ଏଇଟା ମୋ ବାହାଦୂର ସ୍ବାମୀ ଙ୍କ ର ଏକମାତ୍ର ସ୍ମୃତି ।ମୁଁ ୟାକୁ ସବୁବେଳେ ମୋ ପାଖରେ ରଖିଛି।କାହିଁକି ନା ଏଇଟା ମୋତେ ମୋ ସ୍ବାମୀ ଙ୍କ ର ମନେପକାଉଚି।ପୁରା ଜୀବନ ମୁଁ ୟାର ସାହାରାରେ ହିଁ ବିତେଇଛି।କିନ୍ତୁ ଏବେ ମୋର ଦିନ ପୁରା ହୋଇଗଲାଣି।ମୁଁ ଜାଣିନି କେଜାଣି କେବେ ଭଗବାନ୍ ମୋତେ ତାଙ୍କ ପାଖକୁ ନେଇଯିବେ।ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ଏ ମୂଲ୍ୟବାନ ଜିନିଷକୁ ଆପଣ ଆପଣଙ୍କ ପାଖରେ ରଖନ୍ତୁ।

ବାତ୍ସା ଆକବର ସେ ଖଣ୍ଡା କୁ ନିଜ ହାତରେ ଧରିକି ତାକୁ ପରଖିଲେ ଆଉ ତାକୁ ଫେରାଇଲା ବେଳେ କହିଲେ: ଏଇଟା ପୁରୁଣା ଆଉ ଜଙ୍ଗ୍ ଲାଗିଥିବା ଖଣ୍ଡା ଇଏ ଆଉ କେଉଁ କାମରେ ଆସିବ? ପୁଣି ୟାକୁ ଆମ ସସ୍ତ୍ରଗାରରେ ରଖିବା ଦ୍ଵାରା କ’ଣ ହେବ ? ଆପଣ ୟାକୁ ଫେରେଇ ନିଅନ୍ତୁ । ଏହାହିଁ ଭଲ ହେବ। ଆକବର ଙ୍କ ର କଥା ଶୁଣି କି ବୁଢ଼ୀ ସ୍ତ୍ରୀ ଲୋକଟି ବହୁତ୍ ମନ ଦୁଃଖ କଲା। ତା’ର ସବୁ ଆଶା ଭାଙ୍ଗିଗଲା।ମନ ଦୁଃଖରେ ସେ ଦରବାର ଛାଡ଼ିକି ଯିବାକୁ ଲାଗିଲା।ଏହା ଦେଖିକି ବାତ୍ସା ଙ୍କ ମନରେ ସେ ବୁଢ଼ୀ ସ୍ତ୍ରୀ ଲୋକଟି ପ୍ରତି ଦୟା ଭାବ ଆସିଲା। ଆଉ ସେ ନିଜ ମନ୍ତ୍ରୀ କୁ କହିଲେ ଏ ମହିଳା ଜଣକୁ ପାଞ୍ଚ ସ୍ୱର୍ଣ୍ଣମୁଦ୍ରା ଦିଆଯାଉ। ପଛରୁ ଗୋଟେ ଶବ୍ଦ ଆସିଲା:- ଛି ଛି ଏହା ବହୁତ୍ ଖରାପ୍ ହେଲା। ଏ ଶବ୍ଦ ଆଉ କାହାର ନଥିଲା ବରଂ ବିର୍ବଲ୍ ର ଥିଲା। ବାତ୍ସା ବିର୍ବଲ୍ ର କଥା ଶୁଣିଲେ ଆଉପୁଣି ତାକୁ ପଚାରିଲେ କ’ଣ ହେଲା ବିର୍ବଲ୍ କ’ଣ ହେଲା ?

ବୀର୍ବଲ୍ ଉତ୍ତର ଦେଲା;- ମଣିମା , ଗୋଟେ ପଥର ର ସ୍ପର୍ଶ ରେ ଗୋଟେ ଲୁହାର ପରିବର୍ତନ ହୋଇପାରୁଛି ଆଉ ଆପଣ ଦେଖନ୍ତୁ ଆପଣ ଙ୍କ ର ସ୍ପର୍ଶ ରେ ଏ ଖଣ୍ଡା କେତେ ନୂଆ ଦେଖାଯାଉଛି। ଏ ବୁଢ଼ୀ ସ୍ତ୍ରୀ ଲୋକ ଟି ଯାହାର ସ୍ବାମୀ ର ଆପଣଙ୍କ ପାଇଁ ଲଢ଼ିଲା ବେଳେ ମୃତ୍ୟୁ ହୋଇଯାଇଥିଲା।ଏବେ ସେ ବହୁତ୍ ଧନବାନ୍ ହେଇଯାଇଛି। ବିର୍ବଲ୍ ର ଏହି କଥା ଶୁଣିକି ବାତ୍ସା ବୁଝିଗଲେ ଯେ ବାସ୍ତବରେ ଏମିତି କହିବାର ତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା। ସିଏ ସେ। ବୃଦ୍ଧ ସ୍ତ୍ରୀ ଲୋକର କଷ୍ଟକୁ ଅନୁଭବ କରିବା ଦ୍ୱାରା ଭାବିଲେ : ଆମ ରାଜ୍ୟରେ ଆମର ସୈନିକ ର ସ୍ତ୍ରୀ ର ଜୀବନ ଏତେ ଦରିଦ୍ରତାର ସହିତ କଟିଲା ଯେ ସେ ତାର ପୁରା ଜୀବନ ଏତେ କଷ୍ଟରେ କଟିଲା। ସଙ୍ଗେ ସଙ୍ଗେ ମହାରାଜା ନିଜ ମନ୍ତ୍ରୀ କୁ କହିଲେ ଏ ସ୍ତ୍ରୀ ଲୋକୋ ର ଖଣ୍ଡା କୁ ଆମ ଶସ୍ତ୍ରଗାରରେ ରଖ।ଆଉ ତାଙ୍କୁ ତାଙ୍କର ଖଣ୍ଡା ର ମୂଲ୍ୟ ଅନୁସାରେ ସ୍ଵର୍ଣ୍ଣମୁଦ୍ରା ଦିଆଯାଉ। ମହାରାଜା ଙ୍କ ର ଏହି ନିର୍ଣ୍ଣୟ ରେ ସେ ବୁଢ଼ୀ ମା’ ଜଣକ ବହୁତ୍ ଖୁସି ହେଇ ବାତ୍ସା ଆକବର୍ ଓ ବିର୍ବଲ୍ ଙ୍କୁ ଧନ୍ୟବାଦ୍ ଦେଇକି ନିଜ ଘରକୁ ଫେରିଗଲେ।

Download Story In PDF

Download Story For Free

Print The Story/Page

Leave a Reply

Your email address will not be published. Required fields are marked *

Back to top button