ଗଛର ମଞ୍ଜି (Tree Seed)

ଦିନେ ଗୋଟେ ଗାଁ ରେ ଜଣେ ମୁଖିଆ ରହୁଥିଲେ । ଆଉ ତାଙ୍କର ଜଣେ ଗୁମାସ୍ତା ଥିଲେ । ଯିଏ କି ତାଙ୍କର ସବୁ କଥା ଯେମିତି କୁ ଖିଆ ପିଆ ଠୁ ଆରମ୍ଭ କରି ସବୁ କଥା ବୁଝୁଥିଲେ। ଗାଁ ର ମୁଖିଆ ଆଉ ଗୁମାସ୍ତା ଭିତରେ ବହୁତ୍ ଭଲ ବନ୍ଧୁତା ଥିଲା। ଗାଁ ର ମୁଖିଆ ଜଣକ ତାଙ୍କର ଛୋଟରୁ ଛୋଟ କଥା କୁ ମଧ୍ୟ ଗୁମାସ୍ତା ଙ୍କୁ କହୁଥିଲେ । ଗାଁର ସୁବିଧା ପାଇଁ କିଛି ନିଷ୍ପତ୍ତି ନେବାକୁ ହେଲେ ମଧ୍ୟ ଗାଁ ମୁଖିଆ ତାଙ୍କ ଗୁମାସ୍ତା ଙ୍କୁ କହୁଥିଲେ।

ଏହା ଦେଖିକି ମୁଖିଆଙ୍କର ଦାୟିତ୍ୱରେ ଥିବା ଅନ୍ୟ ବ୍ୟକ୍ତି ମାନେ ଗୁମାସ୍ତା ଙ୍କ ଉପରେ ବହୁତ୍ ଜଳୁଥିଲେ। ଆଉ ମଉକା ମିଳିଲା ମାତ୍ରେ ଗୁମାସ୍ତା ଙ୍କ ର ମଜା ଉଡ଼ାଉଥିଲେ। ଦିନେ ଯେତେବେଳେ ମୁଖିଆ ବୈଠକ ଘରକୁ ଆସିଲେ ତ ଦେଖିଲେ ଯେ ସବୁ ଲୋକ ଚୁପଚାପ୍ ବସିଛନ୍ତି। ସେମାନଙ୍କୁ ଦେଖିକି କିଛି ଜଣାପଡୁନଥିଲା ଯେ କଣ ହେଇଛି । ସେ ସମୟରେ ଗୁମାସ୍ତା ବି ସେଠାରେ ଉପସ୍ଥିତ ନଥିଲେ । ମୁଖିଆ ସେଠି ଉପସ୍ଥିତ ଥିବା ଲୋକ ମାନଙ୍କୁ ବହୁତ୍ କିଛି କଥା କହିଲେ ଯେ ସେମାନେ କିଛି କହିବେ କି ସେଠାରେ କଣ ହେଇଛି । କିନ୍ତୁ ତଥାପି ସେଠାରେ କୌଣସି ଲୋକ ନିଜର ମୁହଁ ଖୋଲିଲେ ନାହି। ମୁଖିଆ ଙ୍କ ର ଏ ସବୁ ପ୍ରୟାସ ବି ଅସଫଳ ହେଲା।

ତାପରେ ମୁଖିଆ ଚିନ୍ତିତ ହେଇକି ସିଧା ପଚାରିଲେ କଣ ହେଇଛି ଆପଣ ମାନେ କିଛି କହୁନାହାନ୍ତି କାହିଁକି । ଆପଣଙ୍କ ର ଏମିତି ଚୁପ୍ ରହିବାର କାରଣ କଣ ? ସେତେବେଳେ ଜଣେ ବୃଦ୍ଧ ଲୋକ ସାମ୍ନାକୁ କୁ ଆସିଲେ। ସିଏ ସବୁଠୁ ପୁରୁଣା ଲୋକ ମାନଙ୍କ ଠାରୁ ଜଣେ ଥିଲେ ।ସେ ବୀନମ୍ରତା ର ସହିତ କହିଲେ :- ଆଜ୍ଞା ! ବହୁତ୍ ବର୍ଷ ହେଇଗଲା ଆଉ ଆମେ ବହୁତ୍ ନିଷ୍ଠାର ସହିତ ଆପଣଙ୍କର ସେବା କଲୁ। ତା ପରେ ବି ଆପଣ କେବେବି ଆମ କାମର ପ୍ରଶଂସା କରିନାହାନ୍ତି କି ଆମଠୁ କେବେବି କିଛି ଉପାୟ ନେଇ ନାହାନ୍ତି ।ଆପଣଙ୍କର ଧ୍ୟାନ କେବଳ ଆଉ କେବଳ ଗୁମାସ୍ତା ଙ୍କ ଉପରେ ହିଁ ରହୁଛି। ଏମିତି କାହିଁକି ଆଜ୍ଞା ? ଆପଣଙ୍କର ଏପରି ଆଚରଣ ଯୋଗୁଁ ଆମକୁ ବହୁତ୍ ଅପମାନିତ ଅନୁଭବ ହେଉଛି।

ମୁଖିଆ ଜଣକ କିଛି ସମୟ ଚିନ୍ତା କରିବା ପରେ କହିଲେ :- ଆଚ୍ଛା ! ଗୁମାସ୍ତା ଆଜି ଏତେବେଳ ପର୍ଯ୍ୟନ୍ତ ବୈଠକ କୁ ଆସିନାହାନ୍ତି । ଆପଣଙ୍କ ପାଇଁ ଏଇଟା ଗୋଟେ ଭଲ ମଉକା ଆପଣମାନେ ଆପଣ ଙ୍କ ର ଯୋଗ୍ୟତା ପ୍ରମାଣ କରିପାରିବେ। ମୁଁ ବି ଦେଖିବାକୁ ଚାହୁଁଛି କି ଆପଣ ମାନଙ୍କ ଭିତରେ କେତେ ଯୋଗ୍ୟତା ଅଛି । ମୋର ଗୋଟେ ପ୍ରଶ୍ନ ଆପଣ ସମସ୍ତଙ୍କ ପାଇଁ ଅଛି । ଆପଣ ମାନେ ମୋତେ କୁହନ୍ତୁ ଯେ ଗଛର ମଞ୍ଜି କେଉଁଠାରେ ଉପସ୍ଥିତ ରୁହେ ? ଏହି ପ୍ରଶ୍ନ ଶୁଣିବା ମାତ୍ରେ ବୈଠକରେ ଉପସ୍ଥିତ ଥିବା ସବୁ ସଦସ୍ୟ ଚିନ୍ତାରେ ପଡିଗଲେ।ଆଉ ନିଜ ଦୁନିଆରେ ହିଁ ହଜିଗଲେ। ସମସ୍ତେ ନିଜ ନିଜର ଉତ୍ତର ମୂଖିଆ ଙ୍କୁ କହିଲେ। କିନ୍ତୁ ସେଠି ଏମିତି କେହି ନଥିଲେ ଯାହାକୁ ମୁଖିଆ ଙ୍କ ର ପ୍ରଶ୍ନ ର ଠିକ୍ ଉତ୍ତର ଜଣା ଥିବ।

ଏବେ ଆପଣ ମାନେ ନିଜେ ନିଜକୁ ଦେଖନ୍ତୁ ଏଠାରେ ଏମିତି କେହିବି ନାହାନ୍ତି ଯାହାକୁ ଏହି ପ୍ରଶ୍ନର ଉତ୍ତର ଜଣା ଥିବ ।ମୁଁ ଏବେ ଏହି ପ୍ରଶ୍ନ ଗୁମାସ୍ତା ଙ୍କୁ ପଚାରିବି।ଦେଖିବା ସିଏ ଏ ପ୍ରଶ୍ନ ର କଣ ଉତ୍ତର ଦେବେ। ମୁଖିଆ , ଗୁମାସ୍ତା ଙ୍କୁ ଡାକିବା ପାଇଁ ଜଣେ ଲୋକ କୁ ପଠାଇଲେ। ସେ ଲୋକ ଗୁମାସ୍ତା ଙ୍କ ଘରେ ପହଞ୍ଚିଲା। ଆଜ୍ଞା ! ଆପଣକୁ ମୁଖିଆ ନିଜ ବୈଠକ ଘରକୁ ଡାକିଛନ୍ତି। ଶୀଘ୍ର ଚାଲନ୍ତୁ । ଏହା ଶୁଣିକି ଗୁମାସ୍ତା ତାଙ୍କୁ ପଚାରିଲେ ସବୁ ଭଲ ଅଛି ତ ! ଏମିତି ଅଚାନକ ମୁଖିଆ ମହାଶୟ ମୋତେ ଡାକିବା ପାଇଁ ତୁମକୁ କାହିଁକି ପଠାଇଲେ ? ଲୋକଟି ଉତ୍ତର ଦେଲା :- ଗୋଟେ ବହୁତ୍ ବଡ଼ ସମସ୍ୟା ଆସିଯାଇଛି।କୃପା କରି କି ଆପଣ ଶୀଘ୍ର ଚାଲନ୍ତୁ। ଏହା ସୁଣୀବା କ୍ଷଣି ହିଁ ଗୁମାସ୍ତା ବୈଠକ ଘର ଆଡ଼କୁ ଦୌଡ଼ିଲେ।

ଯେତେବେଳେ ଗୁମାସ୍ତ ବୈଠକ ଘରେ ପହଞ୍ଚିଲେ ତ ମୁଖିଆ ଜଣକ ଗୁମାସ୍ତା ଙ୍କୁ ବି ସେହି ପ୍ରଶ୍ନ କଲେ । କିଛି ସମୟ ଚିନ୍ତା କରିବା ପରେ ଗୁମାସ୍ତା ଜଣକ ଚାକର ଟିକୁ କହିଲେ;- ଶୁଣ ! ମୋ ପାଇଁ ଟିକେ ପାଣି ଆଣିଦିଅ। ଯେମିତି ଗୁମାସ୍ତା କହିଲେ ସେମିତି ହିଁ ହେଲା। ଚାକର ଟି ଗୁମାସ୍ତା ଙ୍କୁ ପାଣି ଆଣୀକି ଦେଲା। ଯେମିତି ହିଁ ଗୁମାସ୍ତା ଙ୍କ ହାତକୁ ପାଣି ଆସିଲା ସେ ସଙ୍ଗେ ସଙ୍ଗେ ହିଁ କିଛି ବୁନ୍ଦା ପାଣି ମାଟିରେ ପକେଇଲେ ଆଉ କହିଲେ ଏ ଜାଗାରେ ଗୋଟିଏ ମଞ୍ଜି ଅଛି । ସେତେବେଳେ ସବୁ ଲୋକ ଗୁମାସ୍ତା ଙ୍କ ର ଏହି ଉତ୍ତର ରେ ଆଶ୍ଚର୍ଯ୍ୟ ଥିଲେ। କିନ୍ତୁ କିଛି ସମୟ ପରେ ସେମାନଙ୍କୁ ବୁଝା ପଡ଼ିଲା ଯେ ଗୁମାସ୍ତା କଣ କହିବାକୁ ଚାହୁଁଛନ୍ତି। ଆଉ ସମସ୍ତେ ଜଣେ ଜଣକୁ ଆଶ୍ଚର୍ଯ୍ୟ ହେଇକି ଚାହିଁବାକୁ ଲାଗିଲେ। ମୁଖିଆ ଜଣକ ବି ବୁଝିଗଲେ ଯେ ଗୁମାସ୍ତା କଣ କହିବାକୁ ଚାହୁଁଛନ୍ତି।

କିନ୍ତୁ ତା ପରେ ବି ମୁଖିଆ ଜଣକ ଗୁମାସ୍ତା ଙ୍କୁ ପଚାରିଲେ ;- ଗୁମାସ୍ତା ମହାଶୟ ଆପଣ ଙ୍କ କହିବାର ଅର୍ଥ ଆପଣ କଣ ସମସ୍ତଙ୍କୁ କହିପାରିବେ ? ଗୁମାସ୍ତା ଉତ୍ତର ଦେଲେ ଯେ ସବୁ ପ୍ରକାର ମଞ୍ଜି ମାଟିରେ ହିଁ ଥାଏ ତାକୁ କେବଳ ପାଣିର ହିଁ ଆବଶ୍ୟକତା ଥାଏ। ଯେମିତି ହିଁ ପାଣିର କିଛି ବୁନ୍ଦା ମାଟିରେ ପଡୁଛି ସେସବୁ ବଡ଼ ହେବାକୁ ଲାଗେ ସେଥିପାଇଁ ଆମକୁ ଏହା ହିଁ ମାନିବାକୁ ପଡିବ ଯେ ଯେଉଁଠାରେ ପାଣି ଅଛି ସେଠାରେ ହିଁ ମଞ୍ଜି ର ରହିବା ଅନିବାର୍ୟ। ତାପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଗୁମାସ୍ତା ଙ୍କ ର ପ୍ରଶଂସା କଲେ ଆଉ ଏହା ସ୍ୱୀକାର କଲେ ଯେ ଗୁମାସ୍ତା ଙ୍କ ସହିତ କେହିବି ଟକ୍କର୍ ଦେଇପାରିବେନାହିଁ। ମୁଖିଆ ମଧ୍ୟ ଗୁମାସ୍ତା ଙ୍କ ର ଏହି ଉତ୍ତରରେ ବହୁତ୍ ଖୁସି ହେଲେ ଆଉ ଗୁମାସ୍ତା ଙ୍କ ର ଏହି ସୁନ୍ଦର ଉତ୍ତର ପାଇଁ ତାଙ୍କୁ ଉପହାର ମଧ୍ୟ ଦେଲେ।

Leave a Comment