Akbar And Birbal Story In Odia

କାଶ୍ମିରୀ ସେଓ (Kashmir Seo) (Kashmir Apple)

ଥରେ ଜଙ୍ଗଲ ରେ ଆକବର ଆଉ ବିରବଲଙ୍କ ଭିତରେ ହସ ମଜାକ୍ ଚାଲୁଥିଲା ବେଳେ ଆକବର ଗୋଟେ ଯୋଜନା କଲେ ସେ ଏକ ବଢେଇ ପାଖକୁ ଗଲେ ଯିଏ କି ଆକବର ଙ୍କ କହିବା ଅନୁସାରେ ଗୋଟେ ଜାଲ ବନେଇଲା ସେ ଜାଲ ଏମିତି ବନେଇଲା ଯେ ଜାଲ କୁ କିଏ କେହି ଚିହ୍ନି ପାରିବେନି ତାପରେ ଆକବର ସେ ଜାଲରେ କାଶ୍ମୀରୀ ସେଓ ରଖିଲେ ଯେତେବେଳେ ଦରବାର କୁ ବିରବଲ ର ଆସିବା ସମୟ ହେଇଗଲା ସେତେବେଳେ ଆକବର ଚୁପ୍ କରି ଜାଲ ପାଖରେ ଲୁଚିଗଲେ ଆଉ ବଡ଼ ଆନନ୍ଦରେ ବିରବଲ କୁ ଅପେକ୍ଷା କରିବାରେ ଲାଗିଲେ।

କିଛି ସମୟପରେ ବିରବଲ ଆସିଲେ ଆଉ ତାଙ୍କ ନଜର ସେଓ ଉପରେ ପଡିଲା । ଆଉ ତାପରେ ସେ ସେଓ ପାଖକୁ ଗଲେ ଆଉ ସେଓ ଟିକୁ ହାତରେ ଧରିଲେ ଯେମିତି ସିଏ ସେଓ ଟିକୁ ହାତରେ ଧରିଛନ୍ତି ସେ ଜାଲଭିତରେ ତାଙ୍କ ହାତଟି ଫସି ଗଲା ସଙ୍ଗେ ସଙ୍ଗେ ଆକବର ଆସି କହିଲେ – “ଆରେ ବିରବଲ ତମେ ମୋର କିଛି ଜିନିଷ ଘରୁ ଉଭାନ୍ ହେଇଯାଉଥିଲା ସେଥିପାଇଁ ଚୋରକୁ ଧରିବା ପାଇଁ ମୁଁ ଏ ଜାଲ ପକେଇଥିଲି। ଠିକ୍ ଅଛି କିଛି କଥାନାହିଁ ମୋର ତମ ଉପରେ ପୁରା ବିଶ୍ଵାସ ଅଛି।ପୁଣି କେବେ ଯେମିତି ଏପରି ଭୁଲ୍ ନ କର ବୁଝିଲ।”

ଏମିତି କହିକି ଆକବର ମୁରୁକି ହସିଲେ ଆଉ ବିରବଲ କୁ ଜାଲରୁ ବାହାର କରାଗଲା। ଏମିତି ଘଟିବା ପରଠାରୁ ବିରବଲ ବହୁତ୍ ଚିନ୍ତିତ ଥିଲେ। ପୁଣି ସିଏ ଆକବର ଙ୍କୁ କହିଲେ ମହାରାଜ୍ ! ମୁଁ ଗୋଟେ ସୁନ୍ଦର ସେଓ ଦେଖିଲି ଆଉ ପାଖକୁ ଯାଇ କି ଛୁଇଁଲି ବାସ୍ ମୋ ସେ ସେଓ କୁ ଚୋରି କରିବା ଉଦ୍ଦେଶ୍ୟ ନଥିଲା। ମୁଁ ତ ଖାଲି ତାକୁ ପାଖରୁ ଦେଖିବାକୁ ଚାହୁଁ ଥିଲି। ଏମିତି କହିବାରୁ ଆକବର କହିଲେ କିଛି କଥା ନାହିଁ ମୋତେ ଆଉ ସଫେଇ ଦିଅନି ଆଉ ସେ କଥା କୁ ଭୁଲିଯାଓ । ଏ କଥାରେ ବୀର୍ବଲ୍ କୁ ଲଜ୍ୟା ଲାଗିଲା ଆଉ ସିଏ ଚୁପଚାପ୍ ସେଠୁ ପଳେଇଲେ। ଆକବର ଙ୍କ ସେ କଥାରୁ ବୀର୍ବଲ ଙ୍କୁ ବଡ଼ ଆଘାତ ଲାଗିଲା ଆଉ ସେ ତାଙ୍କ ମୁଣ୍ଡରୁ ସେ ସବୁ ଘଟଣା ଗୁଡ଼ିକୁ ବାହାର କରିପାରୁନଥିଲେ।

ସେ ପରଠୁ ଆକବର ଯେତେବେଳେ ବି ବିରବଲ ଙ୍କୁ ଦେଖିଲେ ପଚାରିବେ – “ସେଓ କେମିତି ଥିଲା ଵିର୍ବଲ୍ ?” ଏମିତି ପ୍ରଶ୍ନ ଶୁଣିବା ପରେ ବିରବଲ ଙ୍କୁ ବହୁତ ଲଜ୍ୟା ଲାଗୁଥିଲା ବିରବଲ ଖାଲି ଭାବୁଥିଲେ ସିଏ କେମିତି ଏ ସବୁ ସଙ୍କଟରୁ ଉଦ୍ଧାର ପାଇବେ। ଏମିତି ଭାବୁ ଭାବୁ ଦିନେ ତାଙ୍କ ମନରେ ଗୋଟେ ବିଚାର ଆସିଲା । ରାଜା ଆକବର ଶିକାର ପାଇଁ ଯାଉଥିଲେ ଆଉ ସେ ବିରବଲ ଙ୍କୁ ପଚାରିଲେ ବିରବଲ ମୁଁ ଶିକାର ପାଇଁ ଯାଉଛି ତୁମେ ବି ମୋ ସହିତ ଚାଲ। ବିରବଲ ନିଜ ଯୋଜନା ଅନୁସାରେ ରାଜାଙ୍କ ସହିତ ଯିବା ପାଇଁ ମନା କରିଦେଲା । ରାଜା ଆକବର୍ ଏକୁଟିଆ ଶିକାର ପାଇଁ ଚାଲିଗଲେ। ଶିକାର ଖୋଜୁ ଖୋଜୁ ତାଙ୍କୁ ବହୁତ୍ ସମୟ ଲାଗିଗଲା । ଗୋଟେ ବି ଶିକାର ତାଙ୍କୁ ମିଳିଲାନି। ଖୋଜି ଖୋଜି ସେ ଏକ ଶୁନଶାନ୍ ରାସ୍ତାରେ ପହଁଚିଗଲେ ।

ସନ୍ଧ୍ୟା ହେଇଯାଇଥିଲା ଆଉ ରାତି ହେବାକୁ ଯାଉଥିଲା । ସେତେବେଳେ ଅଚାନକ ତାଙ୍କୁ ଏକ ଶବ୍ଦ ଶୁଣା ଗଲା ! ଆରେ ତୁମେ କିଏ କୁଆଡେ ଯାଉଛ ? ଘୋଡରୁ ତଳକୁ ଓହ୍ଲାଓ ଶୀଘ୍ର । ଆକବର ଏହା ଦେଖିବାକୁ ପଛକୁ ବୁଲିଲେ ଯେ ସେ ଶବ୍ଦ କୋଉଠୁ ଆସିଲା । ଯେତେବେଳେ ସିଏ ପଛକୁ ଦେଖିଲେ ସେତେବେଳେ ଗୋଟେ ଲୋକ ପଶୁଛାଲ ପିନ୍ଧି ଗୋଟେ ବାଉଁଶ ର ଠେଙ୍ଗା ଧରି ଠିଆ ହେଇଥିଲା । ଆକବର ତାକୁ ଅଣଦେଖା କରିଦେଲେ ଆଉ ଆଗକୁ ଯିବାକୁ ଲାଗିଲେ । ସେତେବେଳେ ସେ ଛାଲକୁ ପିନ୍ଧିଥିବା ଲୋକଟି ସେ ବାଉଁଶ ର ଠେଙ୍ଗା ଟିକୁ ବହୁତ୍ ଜୋରରେ ମାଟି ଉପରେ ପକେଇଲେ ଆଉ କହିଲେ ! ତୁମେ ତଳକୁ ଓହ୍ଲେଇବ କି ନାହିଁ ? ମୁଁ ଏ ଜଙ୍ଗଲ ର ଭଗବାନ୍ । ତୁମକୁ କଥା ଶୁଣିବାକୁ ହିଁ ପଡିବ।

ଏବେ ରାଜା ଆକବର ଙ୍କୁ ଟିକେ ଡରଲାଗିଲା ଆଉ ଆକବର ତଳକୁ ଓହ୍ଲାଇଲେ । ଆଉ ଜଙ୍ଗଲ ର ଭଗବାନ୍ ଙ୍କ ଆଗରେ ମୁଣ୍ଡ ନୁଆଁଇ କହିଲେ – “ହେ ଭଗବାନ୍ ! ଆପଣ କିଏ ? ମୁଁ ଏଠିକି ଶିକାର କରିବା ପାଇଁ ଆସିଥିଲି। ଏ ଜଙ୍ଗଲ ମୋ ରାଜ୍ୟର ସୀମା ଭିତରେ ଅଛି । କିନ୍ତୁ ମୁଁ ଏବେ ମୋ ରାଜ୍ୟକୁ ଫେରିଯାଉଛି ।” ଏମିତି କହିକି ରାଜା ଯିବାକୁ ହିଁ ଆରମ୍ଭ କରିଥିଲେ ସେତେବେଳେ ଜଙ୍ଗଲ ର ଭଗବାନ୍ କହିଲେ ରୁହ ! ଏଇଟା ମୋ ଜାଗା ତୁମେ ନିୟମ ଉଲଂଘନ କରି ଭୁଲ୍ ରାସ୍ତା ଆପଣେଇ ମୋ ଜାଗାକୁ ଆସିଛ । ଆଉ ଏଥିଯୋଗୁଁ ତୁମକୁ ଦଣ୍ଡ ଦେବା ଜରୁରି । ଏହିକଥାରୁ ରାଜା ବହୁତ୍ ଡରିଗଲେ ଆଉ କହିଲେ ହେ ଭଗବାନ୍ ! କୃପା କରିକି ମୋତେ କ୍ଷମା କରନ୍ତୁ ଏମିତି ମୋ ଦ୍ଵାରା ଅଜାଣତରେ ହେଇଛି ।

ଠିକ୍ ଅଛି କିନ୍ତୁ ମୋତେ ତୁମକୁ ଗୋଟେ ଛୋଟିଆ ଦଣ୍ଡ ତ ଦବାକୁ ହିଁ ପଡିବ କାହିଁକି ନା ତୁମେ ମୋର ବିନା ଅନୁମତିରେ ଜଙ୍ଗଲ ଭିତରକୁ ଆସିଲ । ତୁମେ କ’ଣ ସେଠୀ ସେ ଗଛକୁ ଦେଖିପାରୁଛ ? ସେ ଗଛ ପାଖକୁ ଦୌଡ଼ି ଦୌଡ଼ି ଯାଅ ଆଉ କୁହ ଜଙ୍ଗଲ ର ଭଗବାନ୍ ଙ୍କ ପରି, ଆଉ ରାଜା ବି ଠିକ୍ ସେମିତି କଲେ ଯେମିତିତ ତାଙ୍କୁ କରିବାକୁ କୁହାଗଲା । ପରେ ରାଜା ତାଙ୍କ ମହଲକୁ ଫେରିଲେ । ତା ପରଦିନ ଯେତେବେଳେ ବିରବଲ ମହଲକୁ ଆସିଲେ ସବୁଦିନ ଭଳି ରାଜା ତାଙ୍କୁ ପଚାରିଲେ – “କ’ଣ ବିରବଲ ସେଓ କେମିତି ଥିଲl ?”

ବିରବଲ କହିଲା – “ଜଙ୍ଗଲର ଭଗବାନ୍ ଙ୍କ ପରି ଥିଲା ।”

ରାଜା ଏହା ସୁଣିକି ଚମକି ଗଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା କି ବିରବଲ କୁ ଗତ କାଲିର କଥା କିପରି ଜଣାପଡିଲା । ଆକବର କହିଲେ – “ବିରବଲ ତୁମେ ଜଙ୍ଗଲ ର ଭଗବାନ୍ ଙ୍କ ବିଷୟରେ କେମିତି ଜାଣିଲ ?”

ବିରବଲ ଉତ୍ତର ଦେଲା – “ମହାରାଜ ମୁଁ କାଲି ରାତିରେ ଗୋଟେ ସ୍ବପ୍ନ ଦେଖିଲି। ସେଥିପାଇଁ ମୋତେ ଏ ସବୁ ଜଣାପଡିଲା ।”

ବାସ୍ତବରେ ସେ ଜଙ୍ଗଲର ଭଗବାନ୍ ଆଉ କିଏ ନୁହେଁ କେବଳ ବୀର୍ବଲ୍ ହିଁ ଥିଲା । ସେ ଦିନ ପରଠୁ ଆକବର ବୀର୍ବଲ୍ ଙ୍କୁ ଚିଡ଼େଇବା ଓ ତାର ମଜାକ୍ ଉଡେଇ ବା ବନ୍ଦ୍ କରିଦେଲା।


Kashmir Apple

Once


Download Story In PDF

Download Story For Free

Print The Story/Page

Leave a Reply

Your email address will not be published. Required fields are marked *

Back to top button