ଦୁଇଟି ବିରାଡ଼ି ଥିଲେ ।ସେମାନେ ଦୁହେଁ ଦୁହିଁଙ୍କର ଭଲ ସାଙ୍ଗ ଥିଲେ । ଥରେ ସେମାନେ ଚିନ୍ତାକଲେ ପିଠା ଚୋରି କରିବେ। ସେମାନେ ପିଠା ଚୋରି କରିବାକୁ ବାହାରିଲେ ଆଉ ପିଠା ଚୋରି କରି ଆଣିଲେ କିନ୍ତୁ ପିଠା ଖାଇଲାବେଳେ କାହା ଭାଗକୁ କେତେ ପଡ଼ିବ ଜାଣିପାରିଲେନି। ଆଉ ଅଯଥାରେ ଝଗଡ଼ା କଲେ । ସେମାନଙ୍କ ଝଗଡ଼ା ବଢ଼ି ଚାଲଲା। ସେତେବେଳେ ଗୋଟେ ମାଙ୍କଡ ଗୋଟେ ଗଛ ଡାଳରେ ବସି ସେ ଦୁଇ ବିରାଡ଼ି ଙ୍କ ଝଗଡ଼ା ଦେଖୁଥାଏ । ସେମାନଙ୍କ ଝଗଡ଼ା ଦେଖି ମାଙ୍କଡ ଭାବିଲା ଚାଲ ଏ ଦୁଇଜଣ ଏମିତି ଝଗଡ଼ା ହୁଅନ୍ତୁ ମୁଁ ମୋର ଫାଇଦା ଉଠେଇବି।
ମାଙ୍କଡ ସେମାନଙ୍କ ପାଖକୁ ଗଲା ।ଆଉ ପଚାରିଲା:- ଆରେ ତୁମେମାନେ ଏମିତି ଝଗଡ଼ା କାହିଁକି ଲାଗୁଛ।
ବିରାଡ଼ି ଦୁହେଁ କହିଲେ:- ଆମେ କିଛି ପିଠା ଆଣିଛୁ କିନ୍ତୁ କାହା ଭାଗରେ କେତେ ପଡିବ ଆମେ ଜାଣିପାରୁନୁ ।ଆପଣ ଟିକେ ଆମକୁ ସାହାଯ୍ୟ କରିବେ । ସେମାନଙ୍କ କଥା ଶୁଣି ମାଙ୍କଡ ମଧ୍ୟ ହଁ କଲା।
କଥାରେ ଅଛି;
ନିକିତି ତଉଲ ଭାରି ବଡ଼କୁ
ସାନ ବଡ଼ ହୋଇ ଯାଏ ତଳକୁ।
ମାଙ୍କଡ ନିକିତି ପକେଇ ପିଠାକୁ ସମ୍ମାନ
ଭାଗ କରିବାକୁ ଲାଗିପଡିଲା ।କିନ୍ତୁ ସିଏ ଏମିତି ଭାଗକଲା ଯେ ସେ ପିଠାସବୁ ସମ୍ମାନ ଭାଗ ତ ହେଲାନି ଶେଷରେ ଗୋଟି ଗୋଟି କରି ସବୁପିଠା ମାଙ୍କଡ଼ର ଉଦରସ୍ଥ ହେଇଗଲା ।ଆଉ ବିରାଡ଼ି ଦ୍ବୟ ପାଟିରୁ ଲାଳ ଗଡ଼େଇ ନିକିତି କୁ ଅନେଇ ବସିଲେ।
ଦୁଇ ବିରାଡି ଙ୍କ କଳି (Fighting Between Two Cats) Moral
ଦ୍ୱବିବାଦସ୍ଥ ତୃତିୟେନ ଲାଭ I
ଏହିପରି ଦୁଇଜଣଙ୍କ ଝଗଡ଼ା ରେ ତୃତୀୟ ଜଣଙ୍କ ର ଲାଭ।